ଗାଡ଼ିଧକ୍କାରେ ଚାଲିଗଲା କଲରାପତରିଆ ଜୀବନ

ଗଞ୍ଜାମ,୧୦ା୮(ଏସଏସନିଉଜ) ଗତକାଲି ବିଳମ୍ବିତରାତିରେ ମୁଜାଗଡ଼ ବନାଞ୍ଚଳର ବୁଦୁଲି-ମୁଜାଗଡ଼ ରାସ୍ତାରେ ଅଜଣା ଗାଡ଼ି ଧକ୍କାରେ ୩ରୁ ୪ବର୍ଷର ଏକ ମାଈକଲରାପତରିଆ ବାଘର ମୃତ୍ୟୁ ଘଟିଛି। ଭଞ୍ଜନଗର ଓ ଫୁଲବାଣୀକୁ ସଂଯୋଗ ହୋଇଥିବା ୧୫୭ ନମ୍ବର ରାଜ୍ୟ ରାଜପଥରେ ବାଘଟି ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ପୁଲିସ ଉତ୍ତର ଘୁମୁସରବନଖଣ୍ଡ ଅଧିକାରୀଙ୍କୁ ଖବର ଦେଇଥିଲେ। ବନବିଭାଗ କର୍ମଚାରୀମାନେ ପହଞ୍ଚି କଲରାପତରିଆ ବାଘଟିକୁ ଉଦ୍ଧାରକରି ଚିକିସ୍‌ାପାଇଁ ପ୍ରାଣୀ ଚିକିତ୍ସାଳୟକୁ ନେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା ।

 

Comments (0)
Add Comment