ଗୋବିନ୍ଦ ସାହୁ ପୁଲିସ୍ ବ୍ୟାରେକରୁ ଖସିବାଘଟଣାରେ ୩ କନଷ୍ଟେବଲ୍ ନିଲମ୍ବିତ

କଳାହାଣ୍ଡି,୧୮/୧୦(ଏସଏସନିୟୁଜ) ଶିକ୍ଷୟତ୍ରୀ ମମିତା ମେହେରଙ୍କ ନିଖୋଜ ଘଟଣାରେ ପୋଲିସ ସନସାଇନ ପବ୍ଲିକ ସ୍କୁଲ ଓ କଲେଜର ମାଲିକ ତଥା ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା ।କିନ୍ତୁ ଗତକାଲି ରାତିରେ ଗୋବିନ୍ଦ ସାହୁପୁଲିସ୍ ବ୍ୟାରେକ୍ରୁ ଚମ୍ପଟ ହୋଇଯାଇଥିଲେ ।ଗୋଟେପଟେ ଶିକ୍ଷୟତ୍ରୀଙ୍କ ନିଖୋଜ ଘଟଣା ପୋଲିସପାଇଁମୁଣ୍ଡବିନ୍ଧାର କାରଣ ପାଲଟିଥିବାବେଳେ ଅନ୍ୟପଟେ ଅଟକ ଗୋବିନ୍ଦ ସାହୁ ଫେରାର ହୋଇଯିବା ଘଟଣାକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ଯୋର ଧରିଛି । ଦାୟିତ୍ୱରେ ଥିବା ୩ ପୁଲିସ୍ କନଷ୍ଟେବଲ୍ଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଏସପି ସେମାନଙ୍କୁ ସସପେଣ୍ଡ କରିଥିବା ଜଣାଯାଇଛି।

Comments (0)
Add Comment