ଗୋଲାପି ଟେଷ୍ଟ ଜିତିଲା ଭାରତ

ଭୁବନେଶ୍ବର:୨୪/୧୧-  କଲକତା  ଇଡେନ ଗାର୍ଡେନରେ  ଖେଳହେଉଥିବା ଐତିହାସିକ ଗୋଲାପି ଟେଷ୍ଟରେ ଭରତ ବିଜୟ ହୋଇଛି ।ବିଜୟ ପରେ  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଅନେକ କିର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । କ୍ରମାଗତ ଭାବେ ୭ଟି ଟେଷ୍ଟ ଜିତି ସେ ଧୋନୀଙ୍କ ରେକର୍ଡ ଭାଙ୍ଗିଥିବା ଜଣାପଡିଛି । ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ୧୩୬ ରନର ଶତକୀୟ ପାଳି ଏବଂ ଦ୍ରୁତ ବୋଲରଙ୍କ ଉନ୍ନତ ପ୍ରଦର୍ଶନ ବଳରେ ଭାରତ କୋଲକାତାର ଇଡେନ ଗାର୍ଡେନରେ ଗୋଲାପି ବଲରେ ଖେଳାଯାଇଥିବା ୨ୟ ତଥା ଐତିହାସିକ ଦିବାରାତ୍ର ଟେଷ୍ଟରେ ବାଂଲାଦେଶକୁ ଗୋଟିଏ ଇନିଂସ ଏବଂ ୪୬ ରନରେ ପରାସ୍ତ କରିଛି। ଏହା ସହିତ ଦଳ ୨-୦ରେ ସିରିଜ ବିଜୟୀ ହୋଇଛି।
ତେବେ ଏହି ବିଜୟ ସହିତ କୋହଲି କ୍ରମାଗତ ଭାବେ ୭ଟି ଟେଷ୍ଟ ଜିତିଥିବା ପ୍ରଥମ ଭାରତୀୟ ଅଧିନାୟକ ହେବାର ଗୌରବ ହାସଲ କରିଛନ୍ତି । ବିରାଟ କୋହଲିଙ୍କ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ଏହି ରେକର୍ଡ ଥିଲା । ତାଙ୍କ ନେତୃତୃରେ ୨୦୧୩ରେ ଭାରତ କ୍ରମାଗତ ୬ଟି ଟେଷ୍ଟ ମ୍ୟାଚ ଜିତିଥିଲା। ତେବେ କୋହଲିଙ୍କ ନେତୃତ୍ୱରେ ଭାରତ କ୍ରମାଗତ ୭ଟି ଟେଷ୍ଟ ମ୍ୟାଚରେ ବିଜୟୀ ହୋଇଛି।

Comments (0)
Add Comment