ଆଇଆଇଟିରେ ବ୍ୟାପିଲା କରୋନା

ଭୁବନେଶ୍ୱର , ୨୮/୩ (ଏସଏସନିୟୁଜ)ଆଇଆଇଟି ଅରୁଗୁଳ କ୍ୟାମ୍ପସରେ ବ୍ୟାପିଲା କରୋନା । ପୂର୍ବରୁ ୨ ଚିହ୍ନଟ ହୋଇଥି ବା ବେଳେ ଆଜି ଆଉ ୮ଜଣ ଚିହ୍ନଟ ହୋଇଛନ୍ତି ।ସମସ୍ତେ ସଙ୍ଗରୋଧରେ ରହିଥିବାବେଳେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।ଏହାସହ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ସାନିଟାଇଜ କରା ଯିବା ସହ ଜିଲ୍ଲାପ୍ରଶାସନ ସମ୍ପୁର୍ଣ ନଜରରେ ଏହାକୁ ରଖିଛି ବୋଲି ଯାଇଛି ବୋଲି ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି। ବିନା କୋଭିଡ ରିପୋର୍ଟ ରେ କୌଣସି ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ପ୍ରବେଶ ମନା ରହିଛି। ଥର୍ମାଲ ସ୍କିନିଂ, ମାସ୍କ, ସାନିଟାଇଜ ଏବଂ ସାମାଜିକ ଦୂରତା ପ୍ରତି କ୍ୟାମ୍ପସରେ ଗୁରୁତ୍ବ ଦିଆଯାଇଥିବାର ଜଣାପଡିଛି ।

Comments (0)
Add Comment