ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଟ୍ବୋଣ୍ଟି-୨୦ସିରିଜ ଆରମ୍ଭ:ଭାରତ ଟଚ ଜିତି ବୋଲିଂ ର ନିଷ୍ପତି

ଭୁବନେଶ୍ବର :୬/୧୨-  ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତଜାର୍ତୀୟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଟିକିଆ ଟ୍ବୋଣ୍ଟି-୨୦ସିରିଜର ପ୍ରଥମ ମ୍ୟାଚ ଖେଳାଯାଉଛି । ଉଭୟ ଦଳ ଟି-୨୦ସିରିଜରେ ପ୍ରଥମ ମ୍ୟାଚରୁ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛନ୍ତି।  ତେବେ ବିରାଟ ବାହିନୀ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଜାରି ରଖିବା ପାଇଁ ପଡିଆକୁ ଓହ୍ଲାଇଛି ।  ପ୍ରଥମ ଟ୍ବୋଣ୍ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ଟଚ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଚୂଡ଼ାନ୍ତ ଏକାଦଶରୁ ମହମ୍ମଦ ଶାମି, କୁଲଦୀପ ଯାଦବ, ସଞ୍ଜୁ ସାମସନ୍ ଏବଂ ମନିଷ ପାଣ୍ଡେ ବାଦ୍ ପଡ଼ିଛନ୍ତି। ତେବେ ଏହି ଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ସାମିଲ୍ କରାଯାଇଛି।

Comments (0)
Add Comment