୧ନମ୍ୱର ହାଟରେ ଜଳିଗଲା ୨୫ ଦୋକାନ

ଭୁବନେଶ୍ୱର,୨୦।୧(ଏସଏସନିଉଜ) ରାତି ୧ଟା ସମୟରେ କ୍ୟାପିଟାଲ ଥାନା ପାର୍ଶ୍ବରେ ଥିବା ୟୁନିଟ ୧ ହାଟର ଗୋଟିଏ ଦୋକାନରେ ନିଆଁ ଲାଗିଥିଲା। କେହି କିଛି ବୁଝିବା ଆଗରୁ ନିଆଁର ପ୍ରକୋପ ବଢ଼ି ପାଖାପାଖି ୨୫ଟି ଦୋକାନ ଜଳିଯାଇଥିଲ। ନିଆଁଲିଭାଇବା ପାଇଁ କଳ୍ପନା, ତମାଣ୍ଡୋ, ସଚିବାଳୟ, ଚନ୍ଦ୍ରଶେଖରପୁର, ବାଲିପାଟଣା ଓ ପାହାଳ ଆଦି ସ୍ଥାନରୁ ଦମକଳବାହିନୀ ସହ ସେଣ୍ଟ୍ରାଲ୍‌ ଷ୍ଟ୍ରାଇକ୍‌ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ।ନିଆଁ ଲାଗି ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଗ୍ୟାସ୍‌ଟାଙ୍କି ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

Comments (0)
Add Comment