ଜଲିଗଲା ୧୦ ବଖରା ଘର

ଡେଲାଙ୍ଗ,୨୫/୩(ଏସଏସନିୟୁଜ) ବୁଧବାର ବିଳମ୍ବିତ ରାତିରେ ଶ୍ରୀପୁରୁଷତମପୁର ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଚିତଳପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଟି ପରିବାର ପ୍ରବୀର ମହାପାତ୍ର,ଶ୍ରୀକାନ୍ତ ମହାପାତ୍ର,ରବିନ୍ଦ୍ର ମହାପାତ୍ର ,ବଳରାମ ମହାପାତ୍ର,ସୁଶାନ୍ତ ମହାପାତ୍ରଙ୍କ ର୧୦ ବଖରା ଘର ସମ୍ପୁର୍ଣ୍ଣ ପୋଡି ପାଉଁଶ ହେବା ସହ ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ଯାଇଛି ।ଘର ଭିତରେ ଥିବା ଧାନ,ଚାଉଳ ସମେତ ସମସ୍ତ ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଡେଲାଙ୍ଗରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ନିଆଁକୁ ଆୟତ କରିଥିଲେ ।ତେବେ ସର୍ଟସର୍କିଟ ଯୋଗୁ ଅଗ୍ନକାଣ୍ଡ ଘଟିଥିବାର ଅନୁମାନ କରାଯାଉଥିବା ବେଳେ ତହସିଲଦାର,ବିଡିଓ ବିପନ୍ନ ପରିବାରକୁ ଭେଟି ଜରୁରୀ କାଳିନ ପାଣ୍ଠିରୁ ୩୮ଶହ ଟଙ୍କା ଲେଖାଁଏ ସହାୟତା ପ୍ରଦାନ କରିବା ସହିତ ୭ଦିନ ପାଇ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି ।

Comments (0)
Add Comment