ସଂକ୍ଷେପରେ ଆଜି ରାତିର ଖବର -ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଗଂଜାମ,୧/୨(ଏସ ଏସ ନିୟୁଜ)ଗଞ୍ଜାମ ଜିଲ୍ଲା ହୁମା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଯାହାଫଳରେ ଆମୋନିଆ ଗ୍ୟାସ୍ ଟ୍ୟାଙ୍କର ଓଲଟିବା ସହ ଗ୍ୟାସ୍ ଲିକ୍‌ର କୌଣସି ସୂଚନା ନାହିଁ । ପାରାଦୀପରୁ ବିଶାଖାପାଟଣା ଯାଉଥିବା ବେଳେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବ ଯାତାୟତ ବନ୍ଦ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ତଳରେ ରମ୍ଭା ପୋଲିସ ପହଞ୍ଚିଥିବାର ଜଣାପଡିଛି।
ପୋଲିସ କଂଗ୍ରେସ କର୍ମୀ ଧସ୍ତାଧସ୍ତି
ଭୁବନେଶ୍ବର,୧/୨(ଏସ ଏସ ନିୟୁଜ) ନବୀନ ନିବାସ ଘେରାଓ ଉଦ୍ୟମ ବେଳେ ଛାତ୍ର କଂଗ୍ରେସର ଶତାଧିକ କର୍ମୀଙ୍କୁ ରାଜମହଲ ଛକରେ ଅଟକାଇଲା ପୋଲିସ ।ପୋଲିସ ସହ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି । ଦରଦାମ ବୃଦ୍ଧି ପ୍ରତିବାଦରେ ଛାତ୍ର କଂଗ୍ରେସ କର୍ମୀ ଘେରାଓ ଉଦ୍ୟମ କରିଥିଲେ।
ବଢିବ ଅଧିକ ଉତ୍ତାପ
ଭୁବନେଶ୍ବର,୧/୨(ଏସ ଏସ ନିୟୁଜ) ଆଗାମୀ ୩ ମାସରେ ଓଡ଼ିଶାରେ ରହିବ ସ୍ବାଭାବିକଠାରୁ ଅଧିକ ତାତି । ମାର୍ଚରୁ ମେ ଯାଏ ଅଧିକ ଉତ୍ତାପ ଅନୁଭୂତ ହେବା ନେଇ ପୂର୍ବାନୁମାନ । ୧୬ ବର୍ଷର ପାଣିପାଗ ଆଧାରରେ ପାଣିପାଗ ବିଭାଗର ପୂର୍ବାନୁମାନ ।ଛତିଶଗଡ଼, ଗୁଜରାଟ, ଗୋଆ ଓ ଉପକୂଳବର୍ତ୍ତୀ ଆନ୍ଧ୍ରରେ ବି ବଢ଼ିବ ତାତି।
ଭିଜିଲାନ୍ସ ଜାଲରେ ଡାକ୍ତର
ରେଢ଼ାଖୋଲ,୧/୨(ଏସ ଏସ ନିୟୁଜ) ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ବିପିନ୍ ସାହୁ । ଅସ୍ତ୍ରୋପଚାର ପାଇଁ ରୋଗୀ ସମ୍ପର୍କୀୟଙ୍କ ଠାରୁ ଲାଞ୍ଚ ନେଉଥିଲେ । ଲାଞ୍ଚ ନେବା ବେଳେ ଧରିଲା ସମ୍ବଲପୁର ଭିଜିଲାନ୍ସ।

Comments (0)
Add Comment