ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫ା୮(ଏସଏସନିଉଜ)ପଟିଆ: କାନନବିହାର ଫେଜ୨ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ସ୍ଵାଧୀନତାପ୍ରାପ୍ତିର ଅମୃତମହୋତ୍ସବ ତଥା ୭୭ତମ ସ୍ୱାଧୀନତାଦିବସ ମହାଆଡମ୍ବରରେ ପାଳନ କରାଯାଇଛି। ବିଦ୍ୟାଳୟର ମକ୍ଷର୍ଗଦର୍ଶକ ଅଲେଖନାୟକଙ୍କ ଉପସ୍ଥିତରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପକୁମାର ପାଣି ଜାତୀୟପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟସଂଗୀତ ଗାନପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାର ମହାପୁରୁଷମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି ଜାଗ୍ରତ କରିଥିଲେ । ଉକ୍ତଦିବସର ଗୁରୁତ୍ଵ ବର୍ଣ୍ଣନାକରି ଛୋଟଛୋଟ ଶିଶୁମାନଙ୍କୁଆଶୀର୍ବଚନ ପ୍ରଦାନ କରିବା ସହିତ ପିଲାମାନଙ୍କର ଦେଶ ଗଠନରେ ଭୂମିକା ଉପରେ ମୁଖ୍ୟଅତିଥି ନାୟକ ଆଲୋକପାତ କରିଥିଲୋପରେ ବିଦ୍ୟାଳୟର ପିଲାଙ୍କୁ ଚାରୋଟି ବିଭାଗରେ ବିଭକ୍ତ କରାଯାଇ ସାଂସ୍କୃତିକ କାର‌୍ୟ୍ୟକ୍ରମର ଆୟୋଜନ କରାଯାଇ ଥିଲା।ଏଥିରେ ଛୋଟ ଛୋଟ ଶିଶୁ ମାନଙ୍କର ଦେଶଭକ୍ତି ଗୀତର ତାଳେ ତାଳେ ନୃତ୍ୟ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ ଓ ଅଭିଭାବିକାମାନଙ୍କର ହୃଦୟକୁ ସ୍ପର୍ଶକରିଥିଲା।ଶେଷରେ ବିଦ୍ୟାଳୟର ବିୟୋଜ୍ୟେଷ୍ଠା ଶକ୍ଷୟିତ୍ରୀ ମନପାଲି ବାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।ସେହିଭଳିଭାବେ କଳାରାହାଙ୍ଗ: ଓସ୍ତପଡାସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ୭୭ ତମ ସ୍ୱାଧୀନତାଦିବସ ମହାଆଡମ୍ବରରେ ପାଳନ କରାଯାଇଛି। କଲ୍ୟାଣପୁର ସମିତିସଭ୍ୟ ଭୁବନମୋହନଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ତଥା ସଂପାଦକ ପ୍ରଦୀପକୁମାରପାଣି ମୁଖ୍ୟ ଅତିଥିଙ୍କ ଉପସ୍ଥିତିରେ ଜାତୀୟପତାକା ଉତ୍ତୋଳନ କରିଥିଲେ। ଶେଷରେ ବିଦ୍ୟାଳୟର ବିୟୋଜ୍ୟେଷ୍ଠା ଶକ୍ଷୟିତ୍ରୀ ସୁନନ୍ଦାତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Comments (0)
Add Comment