ଝାରପଡ଼ା ଜେଲ୍‌ରେ ଚିହ୍ନଟ ହେଲେ ୯୬ କରୋନା ପଜିଟିଭ

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ମହାମାରୀ କରୋନା ତାର କାୟା ବିସ୍ତାର କରିବା ଆରମ୍ଭ କରିଛି । ଜେଲ୍‌ରେ କଏଦୀ ଓ ଷ୍ଟାଫ୍କୁ ମିଶାଇ ୯୬ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଆଇସୋଲେସନରେ ରଖାଯିବାସହ ଡାକ୍ତରମାନଙ୍କ ନଜରବନ୍ଦିରେ ଆକ୍ରାନ୍ତମାନେ ରହିଛନ୍ତି । ତେବେ୧୯୫ ଜଣଙ୍କ ସାମ୍ପୁଲ ନେଇ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୯୬ ଜଣ ପଜିଟିଭ ବାହାରିଥିବା ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Comments (0)
Add Comment