କାକିନଡ଼ା ପାଖରେ ଲ୍ୟାଣ୍ଡଫଲ୍‌

ଭୁବନେଶ୍ଵର,୨୫।୧୦(ଏସଏସନିଉଜ)୨୮ ସନ୍ଧ୍ୟା ପରେ ଆନ୍ଧ୍ର କାକିନଡ଼ା ପାଖରେ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବ ବୋଲି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଦେଇଛନ୍ତି।ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ଭିତରେ କାକିନଡ଼ାରେ ଲ୍ୟାଣ୍ଡଫଲ୍ କରିବ।ଏହା ଭୀଷଣ ବାତ୍ୟାର ରୂପ ନେଇ ଅତିକ୍ରମ କରିବ ବୋଲି କୁହାଯାଇଛି।ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ।ସମ୍ଭାଵ୍ୟ ବାତ୍ୟା ର ମାତ୍ରାଧିକ ପ୍ରଭାବ ରହିବ।ଯାହାଫଳରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି ଜିଲ୍ଲାରେ ଏହାର ପ୍ରଭାବ ପଡିବା ସମ୍ଭାବନା ରହିଛି।ଏହି ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ କିଛି କିଛି ଜାଗାରେ ଭାରିରୁ ଅତି ଭାରି ବର୍ଷା ଓ ପବନର ବେଗ ୨୮-୨୯ ରିଖ ବେଳେ୭୦-୮୦ କିମି/ଝଟକା ପବନ ୯୦କିମି ପ୍ରତି ଘଣ୍ଟା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments (0)
Add Comment