କଲାରାହଙ୍ଗରେ ଏକାଠି ହେଲେ ଗୋ-ପାଳକ

ବାରଙ୍ଗ,୫/୪(ଏସଏସନିୟୁଜ)ପାଳକମାନଙ୍କୁ ଉସ୍‌ହିତ କରିବାପାଇଁ ରାଜ୍ୟ ପଶୁସମ୍ପଦ ଓ ପଶୁ ଉନ୍ନୟନ ବିଭାଗ ଓ କଳାରାହଙ୍ଗ ଗୋମାତାପ୍ରେମୀ ମାନଙ୍କ ମିଳିତ ସହଯୋଗରେ ଦୋଳପର୍ବ ଉପଲକ୍ଷେ ଗୋ-ପଦର୍ଶନ ମହୋସ୍‌ବ ରବିବାରଦିନ ଅନୁଷ୍ଠିତ ହୋଇଯାଇଛି । କଳାରାହଙ୍ଗ ମୁଗୁଚିଆ ହୁଡାତଳପଡିଆରେ ଅନୁଷ୍ଠିତ ଏହି ମହୋସ୍‌ବରେ କଳାରାହଙ୍ଗ ଗ୍ରାମର ବହୁ ପାଳକମାନେ ସୋମାନଙ୍କ ଗାଇମାନଙ୍କୁ ନେଇ ଯୋଗଦେଇଥିଲେ ।ଏଥିରେ ଗୋ-ପ୍ରଦକ୍ଷିଣ,ଗୋ-ବନ୍ଦାପନା,ଗୋ-ଗ୍ରାସଦାନ ସହ ଗୋମାତାମାନଙ୍କୁ ବନ୍ଦାପନା କରାଯାଇ ସେମାନଙ୍କର ଚିକିସ୍‌ା କରାଯାଇଥିଲା । ପରେ ପାଳକମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଗୋମାତାର ସର୍ବାଙ୍ଗରେ ସକଳଦେବାଦେବୀ ବାସ କରୁଥିବାରୁ ସେ ସର୍ବଦେବମୟ ଅଟେ ।ଭାରତୀୟ ସଂସ୍କୃତି ଯଜ୍ଞପ୍ରଧାନ ଅଟେ ।ତେଣୁ ଗୋମାତା ବିନା ଯଜ୍ଞ କେବେବି କରାଯାଇପାରେନା । ତେଣୁ ଗାଇକୁ ଯଜ୍ଞସ୍ୱରୁପା କୁହାଯାଇଥାଏ ଗୋମାତା ଭାରତୀୟ ଧର୍ମଧାରଣାରେ ଓ ସଂସ୍କୃତିରେ ମୁଳଧାର ରୁପେ ସର୍ବଜନବିଦିତ । ତେଣୁ ସେମାନଙ୍କର ସୁରକ୍ଷାର ଆବଶ୍ୟକତା ରହିଛି ବୋଲି ମହୋସ୍‌ବରେ ସନାତନବେହେରା, ପ୍ରଭାକରମହାପାତ୍ର, ଲକ୍ଷ୍ମିଧରମହାଭୋଇ, ବଗୁଲିମହାଭୋଇ, ନବୀନବେହେରା ପ୍ରମୁଖ ଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment