କଟକ ୨୨।୯(ଏସଏସନିଉଜ) ମୁଣ୍ଡଳିଠାରେ ରାଜଧାନୀ ଭୁବନେଶ୍ୱରକୁ ବିଶୁଦ୍ଧ ଜଳ ଯୋଗାଣ ନିମନ୍ତେ ହେଉଥିବା ପ୍ରକଳ୍ପ କାର୍ଯ୍ୟାଳୟରେ ଭଙ୍ଗାରୁଜାକରିବା ଓ ଆତଙ୍କ ଖେଳାଇବା ଅଭିଯୋଗରେ ଗୋଡିସାହିଫାଣ୍ଡି ପୋଲିସ ସୋମବାରଦିନ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି ।ସେ ହେଉଛନ୍ତି ଶିବପ୍ରସାଦ ନାୟକ ମୁଣ୍ଡଳୀ ।ଶିବ ଓ ତାର ସହଯୋଗୀ ଅନ୍ୟଦୁଇଜଣ ଆସି ରବିବାର କାର୍ଯ୍ୟାଳୟରେ ପହଁଚି ଛଟେଇକରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବାସହ ଆମକୁ କାମ ଦିଅ ବୋଲି ଦାବୀ କରିଥରଲେ ।ଏହାକୁ ନେଇ ଜଳଯୋଗାଣ ପ୍ରକଳ୍ପ ମ୍ୟାନେଜର ଓ ତାଙ୍କ ସହଯୋଗୀମାନେ ବିରୋଧ କରିଥିଲେ ।ଏହାକୁନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସହ ଉତ୍ୟକ୍ତହୋଇ ଶିବପ୍ରସାଦ ଓ ତାର ସହେଯାଗୀମାନେ ମାରଧର କରିବାସହ କାର୍ଯ୍ୟାଳୟରେ ଭାଙ୍ଗାରୁଜା କରିଥିଲେ ବୋଲି ପ୍ରକଳ୍ପ ମ୍ୟାନେଜର ସୁଶାନ୍ତ କୁମାର ବେହେରା ଫାଣ୍ଡିରେ ଅଭିଯୋଗ କରିଥିଲେ ।ଫାଣ୍ଡିଅଧିକାରୀ ସୌମ୍ୟଶ୍ରି ଆଶୁତୋଷ ପାଣି ୫୨୧/୨୫ କେଶନଂରେ ଏକ ମକଦ୍ଦମାରୁଜୁକରି ଶିବପ୍ରସାଦ ନାୟକଙ୍କୁ ଗିରଫକରି ସୋମବାର କୋର୍ଟଚାଳଣ କରିଥିବା ବେଳେ ଏହି ଘଟଣାରେ ଆଉ ଦୁଇଜଣ ଫେରାର ଥିବାର ଜଣାପଡିଛି (ଶଶିକାନ୍ତ ନାୟକଙ୍କ ରିପୋର୍ଟ)