କେନ୍ଦୁ ଗଣ୍ଡି ବୋଝେଇ ଟ୍ରକ ଜବତ

ବଲାଙ୍ଗୀର , ୩/୯(ଏସଏସନିୟୁଜ)ପାଟଣାଗଡ଼ ଫରେଷ୍ଟ ରେଞ୍ଜ ଅଧୀନରେ ଥିବା ପଣ୍ଡରିପାନି-ଗଭରା ଛକ ଠାରେ ପ୍ରାୟ ଦୁଇ ଲକ୍ଷ ଟଙ୍କାର ୬୪ ଖଣ୍ଡ କେନ୍ଦୁ ଗଣ୍ଡି ବୋଝେଇ ଟ୍ରକକୁ ଜବତ କରିଛି ବନବିଭାଗ । ସିଜି ୦୪ ଜେ ୦୮୮୩ ନଂ ଏକ ୯୦୭ ଗାଡ଼ିରେ କେନ୍ଦୁ ଗଣ୍ଡି ଆସୁଥିବାର ଖବରପାଇ ବନବିଭାଗ ରାତ୍ରକାଳୀନ ପାଟ୍ରୋଲିଂ ବେଳେ ଜାଣିବାକୁ ପାଇଥିଲା ।ବନବିଭାଗ କର୍ମଚାରୀମାନଙ୍କୁ ଦେଖି କାଠ ଚୋରା ଚାଲାଣକାରୀମାନେ ଗାଡିଛାଡି ପଳାଇ ଯାଇଥିଲେ। ବନବିଭାଗ କର୍ମଚାରୀମାନେ କାଠ ବୋଝେଇ ଟ୍ରକ ଜବତ କରି ପାଟଣାଗଡ଼ ରେଞ୍ଜ ଅଫିସକୁ ଆଣିଛନ୍ତି ।

Comments (0)
Add Comment