ବାରଙ୍ଗ,୧୮/୯(ଏସଏସ ନିଉଜ)ନନ୍ଦନକାନନରେ ଆଖିବୁଜିଲା କୃଷ୍ଣସାର ମୃଗ । ତେବେ କୃଷ୍ନସାରମୃଗ ମରିଗଲା ନା ମାରିଦେଲେ ଏଭଳି ପ୍ରଶ୍ନ ପଶୁପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ପ୍ରଶ୍ନ ଉଠିବା ବି ସ୍ୱାଭାବିକ। ପ୍ରାଣୀଉଦ୍ୟନ ନନ୍ଦନକାନନରେ ଯେଉଁ ଜୀବଜନ୍ତୁ ଅସୁସ୍ଥ ହେବେ ,ସେ ସୁସ୍ଥ ହେବା ପରିବର୍ତ୍ତେ ମୃତ୍ୟୁ ହେବା ଟା ଥୟ । ଏ କଥା ଆମେ କହୁନୁ ଏ କଥା ପ୍ରାଣୀଉଦ୍ୟାନରେ ମୃତ୍ୟୁ ହେଉଥିବା ଜୀବଜନ୍ତୁଙ୍କ ରେକଡ୍ ହିଁ ବୟାନ କରୁଛି । ପୂର୍ବରୁ ବାଘ ହେଉ କି ସିଂହ । ଅସୁସ୍ଥ ହେଲେ ଚିକିତ୍ସା ପାଇଁ ପଶୁ ଡାକ୍ତରଖାନା କୁ ଆସି ଚିକିତ୍ସା ହୁଅନ୍ତି । ହେଲେ ସୁସ୍ଥ ହେବା ପରିବର୍ତ୍ତେ ଆଖିବୁଜନ୍ତି । ଖାଲି ବାଘ ଓ ସିଂହ ନୁହେଁ ଅନେକ ବିରଳ ଜୀବଜନ୍ତୁ ଆଖିବୁଜିଛନ୍ତି । ପୁଣି ଆଜି ଗୋଟେ କୃଷ୍ଣସାର ମୃଗ ମଧ୍ୟ ଚିକିତ୍ସା ପରେ ବି ଆଖିବୁଜିଛି ।
ପ୍ରାଣୀଉଦ୍ୟନ ନନ୍ଦନକାନନର ୬୭ ନମ୍ବର ଏନକ୍ଲୋଜରରେ ଥିବା ୬/୭ବର୍ଷ ବୟସର ଅଣ୍ଡିରା କୃଷ୍ନସାରମୃଗ ଆଖି ବୁଜିଛି । ମୃଗଟି ଗତ ୨୦ଦିନ ତଳେ ଏନକ୍ଲୋଜରରେ ଥିବାବେଳେ ତାର ଡାହାଣପଟ ଆଗ ଗୋଡ଼ ଭାଙ୍ଗିଯାଇଥିଲା।ଖବରପାଇ ଡାକ୍ତରମାନେ ଯାଇ ଆହତ ମୃଗର ଗୋଡ଼କୁ ପ୍ଲାଷ୍ଟ୍ ର କରିବାସହ ଚିକିତ୍ସା କରି ଫେରିଥିଲେ। ପରେ ଏହି ଅସୁସ୍ତ କୃଷ୍ନସାରମୃଗକୁ ଶୁକ୍ରବାର ଦିନ ଡାକ୍ତରମାନେ ନିଶାଇଂଜେକ ସନ ଦେଇ ତୃଣଭୋଜି ସଫାରିରେ ଛାଡିଥିଲେ।କିନ୍ତୁ ସେଠାରେ ଅସୁସ୍ତ ଥିବା ମୃଗଟି ରବିବାର ଦିନ ଗୁରୁତର ହୋଇପଡିଥିଲେ।ଗୋଡ଼ରେ ହୋଇଥିବା ପ୍ଲାଷ୍ଟର ଫାଟି ଭଙ୍ଗା ହାଡ଼ଟି ବାହାରିପଡିଥିଲା ।ଖବର ପାଇ ଡାକ୍ତରମାନେ ତୃଣଭୋଜି ସଫରିରେ ପହଁଚି ଗୁରୁତର ଆହତ ହୋଇଥିବା କୃଷ୍ନସାରମୃଗର ଚିକିତ୍ସା କରିଥିଲେ ମଧ୍ୟ ଆଉ ବଞ୍ଚାଇ ପାରିନଥିଲେ। ତେବେ ଏଠାରେ ପ୍ରଶ୍ନ ଉଠେ ଡାକ୍ତରମାନେ କିଭଳି ଏହି ମୃଗର ଗୋଡ଼କୁ ପ୍ଲାଷ୍ଟର କରିଥିଲେ । ଯାହା ପୁଣି ହାଡ଼ ବାହାରି ପଡିଥିଲା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି ।