କୁଆଖାଇରୁ ମିଳିଲା ମୃତଦେହ

କଟକ, ୧୦ା୮(ଏସଏସନିଉଜ) ନରଣପୁର ବାଲିଘାଟପାଖ କୁଆଖାଇ ନଦୀରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ସ୍ଥାନୀୟଲୋକମାନେ ଖବର ଦେଇଥିଲେ । ଏହାପରେ ଅଗ୍ନିଶମବାହିନୀ ମୃତଦେହଟିକୁ ଉଦ୍ଧାର କରିବାପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଛି। ତେବେ ଉଦ୍ଧାର ହୋଇଥିବା ବ୍ୟକ୍ତି ବାଙ୍କୀଗୟଳବାଙ୍କର ହିମାଂଶୁ ଭୁଷଣ ମହାପାତ୍ର (୪୦)ାସେ ଗତଦୁଇଦିନତଳେ ଦେବୀଦ୍ଵାର ପାଖରୁ ନିଖୋଜ ଥିଲେ ।

Comments (0)
Add Comment