ମା ତାରାତାରିଣୀଙ୍କ ପୀଠ

ଆରମ୍ଭ ହେଲା ଅନ୍ନପ୍ରସାଦ ସେବନ ବ୍ୟବସ୍ଥା

ବ୍ରହ୍ମପୁର,୯।୯(ଏସଏସନିଉଜ)ରାଜ୍ୟର ଅନ୍ୟତମ ଆଦିଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାରେ ଅବସ୍ଥାପିତ ମାଆ ତାରାତାରିଣୀଙ୍କ ପୀଠରେ ପ୍ରଥମଥର ପାଇଁ ଆରମ୍ଭ ହୋଇଛି ଅନ୍ନପ୍ରସାଦ ସେବନ ବ୍ୟବସ୍ଥା ।ଏଠାରେ ଏକାଥରକେ ୧୦ହଜାର ଭକ୍ତଙ୍କପାଇଁ ପ୍ରସାଦ ରନ୍ଧନ ବ୍ୟବସ୍ଥା କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ୩କୋଟି ଟଙ୍କାର ବ୍ୟବବରାଦ କରାଯାଇଛି ।ଏହାକୁ ଆନୁଷ୍ଠାନିକ ଭାବେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଭକ୍ତଙ୍କୁ ଅନ୍ନପ୍ରସାଦ ବଣ୍ଟନ କରି ଶୁଭାରମ୍ଭ କରିଛନ୍ତି।ସରକାରଙ୍କ ଆର୍ଥିକ ସହାୟତାରେ ଅତ୍ୟାଧୁନିକ ରନ୍ଧିବା ମେସିନ, ପାକଶାଳା,ଭକ୍ତଙ୍କ ଖାଇବା ପାଇଁ ସ୍ବତନ୍ତ୍ର ଏସିରୁମ ଭଳି ବ୍ୟବସ୍ଥା କରାଯାଇଛି ।ମାଙ୍କ ଦର୍ଶନ ପରେ ଆଉ ଭୋକିଲାରେ ଫେରିବେନି ଭକ୍ତ।

Comments (0)
Add Comment