ବାରଙ୍ଗ,୮ା୭(ଏସଏସନିଉଜ)ଶୁକ୍ରବାର ରାତିରେ ଗୋଡିସାହିଫାଣ୍ଡିଠାରୁ ଅଳ୍ପଦୁର ନେତଲଛକରେ ଜଣେ ମହିଳାଙ୍କ ଭ୍ୟାନିଟବ୍ୟାଗ ଛଡାଇନେଇ ପଳାଇଯାଇଥିବା ଯୁବକକୁ ସ୍ଥାନୀୟ ଲୋକଧରି ପୋଲିସର ଜିମା ଦେଇଥିଲେ ।ପୋଲିସ ଶନିବାରଦିନ ଉକ୍ତ ଯୁବକକୁ କୋର୍ଟଚାଳଣ କରିଛି ।ଯୁବକ ଜଣଙ୍କ ହେଉଁଛନ୍ତି ସିଡିଏ ବାଲିବନ୍ଧର ପ୍ରକାସ କୁମାର ବେହେରା ।ପୋଲିସ ତାଙ୍କଠାରୁ ଓଡି୦୫-ଏଜେ-୯୨୩୨ନଂ ଗ୍ଲାମର ହିରୋହୋଣ୍ଡା,ଭ୍ୟାନିଟ୍ବ୍ୟାଗ ,୨୦୦ଟଙ୍କା ,ପ୍ୟାନକାର୍ଡମୋବାଇଲ କୁ ଜବତ କରିଛି ।
ପ୍ରକାସ ଯେ,ସବିତାମାଝି ତାଙ୍କ ସର୍ମ୍ପକିୟଙ୍କ ସହ କଟକରୁ ବାଇକ ୋଗେ ଫେରୁଥିବାବେଳେ ନେତଲଛକପାଖରେ ପ୍ରକାସ ଓ ତାର ସହଯୋଗୀ ବାଇକରେ ଆସି ମହିଳାଙ୍କ ଭ୍ୟାନିଟ ନେଇ ପଳାଇଯାଇଥିଲେ । ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ପ୍ରକାସ ଧରାପଡିଥିବାବେଳେ ଅନ୍ୟଜଣେ ଫେରାର ହୋଇଯାଇଥିଲା ।ପୋଲିସ ୨୫୫/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ପ୍ରକାସକୁ ଶନିବାରଦିନ କୋର୍ଟଚାଳଣ କରିଛି ।ତେବେ ପ୍ରକାସ କଟକଜିଲ୍ଲାର ବିଭିର୍ଣ ସ୍ଥାନରେ ଏହିଭଳି କାର୍ଯ୍ୟ କରିଥିବାର ତଦନ୍ତ ବେଳେ ଜାଣିବାକୁ ପାଇବାପରେ ତାକୁ ରିମାଣ୍ଡରେ ଆଣିବାପାଇଁ କୋର୍ଟରେ ଆବେଦନ କରିଛି ।