ଟଙ୍କା ନେଇ ଘରନଦେବା ଅଭିଯୋଗରେ ରିଅଲ ଇଷ୍ଟେଟ ଏମଡି ଗିରଫ

ମେଣ୍ଢାଶାଳ,୨୮।୪(ଏସଏସନିଉଜ)ଏକ ଡୁପ୍ଲେକ୍ସ ଘର ଦେବାକୁ ଦୁଇ ବର୍ଷ ତଳେ ଟଙ୍କାନେଇ ଘରନଦେବା,ଟଙ୍କା ନଫେରାଇବା ଓ ଟଙ୍କାମାଗିବାରୁ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଚନ୍ଦକା ଥାନା ପୋଲିସ
ଜଣେ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସିଏ ହେଲେ କେଉଁଝର ସାରଳା ଗ୍ରାମର ସୁଶାନ୍ତ କୁମାର ବେହେରା।
ପ୍ରକାଶଯେ,ଏକ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକଭାବେ ସୁଶାନ୍ତ କୁମାର ବେହେରା କାର୍ଯ୍ୟ କରନ୍ତି।ସେ ଦାରୁଠେଙ୍ଗରେ ଏକ ଡୁପ୍ଲେକ୍ସ ଘର ନିର୍ମାଣ କରି ଦେବା ପାଇଁ ଲୋକନାଥ ମିଶ୍ର ନାମକ ବ୍ୟକ୍ତିଙ୍କଠାରୁ ଦୁଇବର୍ଷ ତଳେ ପର୍ଯ୍ୟାୟକ୍ରମେ ୬୮ଲକ୍ଷଟଙ୍କା ନେଇଥିଲେ।ଯେଉଁ ଜାଗାରେ ଡୁପ୍ଲେକ୍ସ ନିର୍ମାଣହେବ ସେ ଜାଗା ମଧ୍ୟ ଦେଖାଇଥିଲେ।ପର୍ଯ୍ୟାୟକ୍ରମେ ଧାର୍ଯ୍ୟ ମୁତାବକ ଟଙ୍କାନେଇଥିଲେ ମଧ୍ୟ ସମୟାନୁସାରେ ଦେଖାଇଥିବା ଜାଗା ଉପରେ ଘର ନିର୍ମାଣ ନହେବାରୁ ଲୋକନାଥ ଉକ୍ତ ରିଅଲଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତଙ୍କୁ ଭେଟି ଦେଇଥିବା ଟଙ୍କାମାଗିଥିଲେ।ଏହାକୁ ନେଇ ଉତ୍କ୍ଷିପ୍ଟ ହୋଇ ସୁଶାନ୍ତ ଜୀବନରେ ମାରିଦେବାକୁ ଧମକ ଦେବାସହ ଅଶ୍ଳୀଳଭାଷାରେ ଗାଳିଗୁଲଜକରି ଠେଲାପେଲାକରି ଆକ୍ରମଣକରିଥିଲେ ବୋଲି ଚଳିତମାସ ୧ତାରିଖରେ ଚନ୍ଦକାଥାନାରେ ଲୋକନାଥମିଶ୍ର କରିଥିବା ଅଭିଯୋଗରେ ଦର୍ଶାଇଥିଲେ।
ଚନ୍ଦକାଥାନା ଅଧିକାରିଣୀ ସମିତାମିଶ୍ର ଅଭିଯୋଗ ଆଧାରରେ ୧୭୬/୨୪କେସ ନମ୍ୱରରେ ଏକମକଦ୍ଦମା ରୁଜୁକରି ତଦନ୍ତଆରମ୍ଭ କରିଥିଲେ।ପୋଲିସ ଖୋଜିବାର ଜାଣିବାପରେ ସୁଶାନ୍ତ ଖସିଯାଇଥିଲେ।ବିଶେଷ ସୂତ୍ରରୁ ଖବରପାଇ ପୋଲିସ ଗତକାଲିରାତିରେ ଏକଜାଗାରୁ ଚଢାଉକରି ସୁଶାନ୍ତଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି।

Comments (0)
Add Comment