ନାଏବସରପଞ୍ଚଙ୍କୁ ହତ୍ୟାକଲେ ମାଓବାଦୀ

ମାଲକାନଗିରି, ୨୯ା୬(ଏସଏସନିଉଜ)ମାଲକାନଗିରିସୀମାନ୍ତ ଛତିଶଗଡ଼ର ସୁକମାଜିଲ୍ଲାରେ ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଆଉ ଜଣଙ୍କୁ ଅପହରଣ ପରେ ହତ୍ୟା କରିଥିବାର ଜଣାପଡିଛି। ମାଡଭି ଗଙ୍ଗା ତାଙ୍କ ତାଡମେଟଲା ଘରେଥିବାବେଳେ  ମଙ୍ଗଳବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ପହଞ୍ଚି ତାଙ୍କୁ ଉଠାଇ ନେଇ ଯାଇଥିଲେ। ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି।

 

 

 

Comments (0)
Add Comment