ନାଁକୁ ଚୁଟି ବେପାର ,ଧରାହେଲା୨୪ କିଲୋ ଗଞ୍ଜେଇ

ପିପିଲି,୨୫/୨(ଏସଏସନିୟୁଜ) ଜଣେ ଚୁଟି ବେପାରୀଙ୍କ ଘର ଉପରେ ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ୨୪ କିଲୋ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ପିପିଲି ଥାନା ଅନ୍ତର୍ଗତ ଭବାନିପୁର ଗ୍ରାମରେ କଲିକତାର ମେଦିନିପୁରର ସେଖ୍ ଜୁଲ ଫିଦଲ ନାମକ ଯୁବକ ରହୁଥିଲେ । ସେ ସାଇକେଲ ଯୋଗେ ବିଭିର୍ଣ ଗ୍ରାମକୁ ଯାଇ ଚୁଟି ବେପାର କରିଥାନ୍ତି । କିନ୍ତୁ ନାଁକୁ ସିନା ଚୁଟି ବେପାର କିନ୍ତୁ ଚୁଟି ବଦଳରେ ଗଞ୍ଜେଇ ବେପାର କରି ଆସୁଥିଲେ ।କୈାଣସିସୁତ୍ରରୁ ଖବରପାଇ ପିପିଲି ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲିକ ସାଦଳବଳେ ଚଢାଉକରି ସେଖ୍ ଜୁଲ ଫିଦଲଙ୍କଠାରୁ ପ୍ରାୟ ୧ଲକ୍ଷ ୨୦ ହଜାର ଟଙ୍କାମୁଲ୍ୟର ୨୪ କିଲୋ ଗଞ୍ଜେଇ ଜବତ କରିଥିଲେ । ଅବକାରୀ ଥାନାରେ ୫୦/ ୨୧ରେ ଏକ ମକଦ୍ଦମାରୁଜୁକରି ସେଖ୍ ଜୁଲ ଫିଦଲକୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

Comments (0)
Add Comment