ହାଟଡିହି,୧୯/୧୨(ଏସଏସନିଉଜ) ଉତ୍କଟ ଅଭାବ ଯୋଗୁ ନିଜର ୩ମାସର ଶିଶୁକନ୍ୟାକୁ ଧରି ଜଣେ ଅସହାୟ ମା ବିକ୍ରି କରିବା ପାଇଁ ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମନୋହରପୁର ଗ୍ରାମର ସନ୍ତୋଷ ଦାସଙ୍କ ପତ୍ନୀ ମମତା। ୭ ମାସ ତଳେ ସ୍ବାମୀ ଓ ଶାଶୂ ଆରପାରିକି ଚାଲିଗଲେ । ଭିକମାଗି ଯାହା ଆଣୁଥିଲେ, ସେଇଥିରେ ଦୁଃଖକଷ୍ଟରେ ଚଳୁଥିଲେ ।କିନ୍ତୁ ଉଭୟ ଚଲିଯିବାପରେ ଦୁଃଖର ପାହଡକୁ ସାମ୍ନାକରିବାକୁ ପଡିଥିଲା ମମତାଙ୍କୁ । ୧୦ ବର୍ଷର ବଡ଼ପୁଅକୁ ଘୁଷୁରି ଚରାଇବା ପାଇଁ ଛାଡ଼ିଦେଲେ । ତାଙ୍କର ୩ପିଲା ଥିଲାବେଳେ ୩ମାସ ତଳେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସରକାରୀ ସାହାର୍ଯ୍ୟ ପାଇଁ ଆବଶ୍ୟକତା କାଗଜପତ୍ର ନଥିବାରୁ ଚଳିବାରେ ବହୁ ହଇରାଣ ହେଲେ ।ନିରୁପାୟ ହୋଇ ନବଜନ୍ମିତ ୩ମାସର ଶିଶୁକନ୍ୟାକୁ ବିକ୍ରି ପାଇଁ ନିଷ୍ପତ୍ତି ନେଇ ଆଜିସକାଳେ ଗାଁରେ ଘରଘର ବୁଲି ଶିଶୁକନ୍ୟାକୁ ନେଇ କିଛି ଟଙ୍କା ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। ଖବରପାଇ ଶାଳଣିଆଁର ପୂର୍ବତନ ସମିତିସଭ୍ୟ ପାଖରେ ପହଁଚି ମହିଳାଙ୍କୁ ଆର୍ଥିକ ସହାୟତା ଦେବାସହ ଶିଶୁକନ୍ୟାକୁ ନବିକିବାକୁ ବୁଝାଇଥିଲେ ।