ପୁଣି ଆକର୍ଷଣ ସାଜିବ ନନ୍ଦନକାନନରେ ଟୟଟ୍ରେନ

ବାରଙ୍ଗ,୬/୪(ଏସଏସନିୟୁଜ) ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଶିଶୁରେଳଗାଡି ବା ଟୟଟ୍ରେନ ନନ୍ଦନକାନନରେ ଚାଲିବାର ବାଟ ପରିସ୍କାର ହୋଇଯାଇଛି ।ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି ।ଦୀର୍ଘବର୍ଷ ଧରି କରାଯାଇଥିବା   ପରିକଳ୍ପନା ଏବେ ସାକାର ହେବାକୁ ଯାଉଛି ।ପୁଣି ପିଲାମାନଙ୍କ ପାଇଁ ବେଶ ଆକର୍ଷଣୀୟ ସାଜିବାକୁ ଯାଉଛି ଟୟଟ୍ରେନ ।

ପ୍ରକାସ ଯେ, ୪କୋଟି୮୦ଲକ୍ଷଟଙ୍କାର ବ୍ୟୟବରାଦରେ ନୁଆ ଢଙ୍ଗରେ ପର୍ଯ୍ୟଟକମାନଙ୍କର ବେଶ ଆକର୍ଷଣିୟ ସାଜିବାକୁ ଯାଉଛି ନନ୍ଦନକାନନର ଶିଶୁରେଳଗାଡି ବା ଟୟଟ୍ରେନ ।ନୁଆ ଆକର୍ଷଣିୟ ବଗି,ବେଟରାରୀଚାଳିତ ଇଞି.ସହ ୧୦୫ମିଟର ଲମ୍ବ.୮ଇଂଚ ଚଉଡା,୧୬୮୫ମିଟର ର ଟ୍ରାକ ହୋଇଛି । ଗତ୨୮ତାରିଖରେ ଇଞିନ ଆସିଥିବାବେଳେ ଏବେ ବଗି ଆସି ପହଁଚିଛି । ୧୯୭୧ଅଗଷ୍ଟ୮ତାରିଖରୁ ଆରମ୍ଭ ହୋଇଥିବା ଶିଶୁରେଳଗାଡିକୁ ନନ୍ଦନକାନନ କର୍ତୁପକ୍ଷ  ଘରୋଇକରଣରେ ଦେଇଥିଲେ । ୫ବର୍ଷିୟା ଚୁକ୍ତି କରି ୨୦୧୩ମସିହାରେ ସିଟିକନ ନାମକ ଏକ ସଂସ୍ଥାକୁ ଶିଶୁରେଳଗାଡିକୁ ଚଳାଇବାକୁ ନେଇଥିଲେ । କିନ୍ତୁ ବ୍ୟବସାୟିକ କ୍ଷତି ଦର୍ଶାଇ ଏହି ସଂସ୍ଥା ୨୦୧୪ରେ ଏହାକୁ ବନ୍ଦ କରିବାପରେ ଶିଶୁରେଳଗାଡିରେ ଅଚଳାବସ୍ଥା ଦେଖାଦେଇଥିଲା ।ଏହାପରଠାରୁ ଏହାର ପୁଃନଉଦ୍ଧାର ପ୍ରକିୟା କରିବାପାଇଁ ନନ୍ଦନକାନନକର୍ତୁପକ୍ଷ ଉଦ୍ୟମ ଆରମ୍ଭ କରିଥିଲେ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment