କଟକ, ୨୫।୪(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ରାସ୍ତାର ପାଟପୁର ଗାଁ ମୁଣ୍ଡରେ ଥିବା ଏକ ନଳକୂପକୁ ରାତାରାତି ପୋତି ଦିଆଯାଇଥିବାର ଦେଖିବାକୁ ମିଳିଛି।ଖରାଦିନେ ପାଣିଟିକେ ପାଇବା ପାଇ ଲୋକମାନେଡହଳବିକଳ ହେଉଥିବା ବେଳେ ନଳକୂପକୁ ପୋତିଦେବା ଘଟଣାକୁ ପାଟପୁର ଗ୍ରାମବାସୀ ସହଜରେ ଗ୍ରହଣ କରିପାରିନାହାନ୍ତି।ଏନେଇ ଗ୍ରାମବାସୀମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି।
ପ୍ରକାଶଯେ,ଖରାଦିନ ଆସିଲେ
କୁହ୍ନେଇଁପଡାପଂଚାୟତର ପାଟପୁରଗ୍ରାମବାସୀମାନେ ପିଇବାପାଣି ପାଇ ନାହିଁନଥିବା ହଇରାଣ ହୁଅନ୍ତି।ଅଦ୍ୟାବଧି ଗ୍ରାମବାସୀଙ୍କ ଏହି ମୌଳିକସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନି।ଏବେବି ଗ୍ରାମବାସିମାନେ ପାଣି ଟିକେ ପାଇଁ ନାହିନଥିବା ହଇରାଣ ହେଉଛନ୍ତି।ଗ୍ରାମକୁ ସ୍ଥାୟୀ ପାନୀୟଜଳ ଯୋଗାଣ ପାଇ ଗ୍ରାମବାସୀମାନେ ବ୍ଲକପ୍ରଶାସନ ଓ ଲୋକପ୍ରତିନିଧିମାନଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ବେ କୌଣସି ସ୍ଥାୟୀ ସମାଧାନ ହୋଇପାରିନଥିଲା।ଯାହାଫଳରେ ପାଟପୁର ଗ୍ରାମବାସୀମାନେ ମାର୍ଚ୍ଚ୨୩ରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।ଏହାପରେ କଟକଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ଲକ ତରଫରୁ ଟ୍ୟାଙ୍କରଯୋଗେ ଗ୍ରାମକୁ ପାଣି ଯୋଗାଇ ଦିଆଯାଉଛି।କିନ୍ତୁ ଯୋଗାଇ ଦିଆଯାଉଥିବା ପିଇବାପାଣି ପର୍ଯ୍ୟାପ୍ତପରିମାଣର ହେଉନଥିବାରୁ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ଼ରେ ଥିବା ଏକ ନଳକୂପ ଉପରେ ଗ୍ରାମବାସିମାନେ ନିର୍ଭର କରିଥାନ୍ତି।ଏହି ନଳକୂପଟିକୁ ଗୁରୁବାର ବିଳମ୍ବିତରାତିରେ ଚୋରାମୋରମ ପକାଯାଇ ମୋରମ ମାଫିଆମାନେ ପୋତିଦେଇଥିବାର ଶୁକ୍ରବାର ସକାଳୁ ଦେଖିବାକୁ ମିଳିଥିଲା।ଏହାପରେ ବ୍ଲକପ୍ରଶାସନ ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରି ନ୍ୟାୟଭିକ୍ଷା କରିଛନ୍ତି।ତେବେ ଅଭିଯୋଗ ଆଧାରରେ ବିଡିଓ ଏହାର ସୁବିଚାର ଖୁବଶୀଘ୍ର କରିବେ ବୋଲି କହିଥିବାର ଗ୍ରାମବାସୀମାନେ ସୂଚନା ଦେଇଛନ୍ତି।