ରାଜଧାନୀ ଉପକଣ୍ଠରେ ଦେଶୀ ମଦର ଆସର, ୪ ଗିରଫ

ବାରଙ୍ଗ, ୧/୯(ଏସଏସନିୟୁଜ)କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ମଧ୍ୟାହ୍ନରେ ନନ୍ଦନକାନନ ଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମରେ ଚଢ଼ାଉ କରି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନାନୁସାରେ ବୁଧବାର ମଧ୍ୟାହ୍ନରେ ଦେଶୀ ମଦ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ କଟକ ଅବକାରୀ ଗୁଇନ୍ଦା ବିଭାଗ ଆଇଆଇସି ରବି ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ କେନ୍ଦୁପାଟଣା ଗ୍ରାମ ବିଦ୍ୟାଳୟ ନିକଟରେ ଅତର୍କିତ ଚଢ଼ାଉ କରିଥିଲେ।ଦେଶୀ ମଦ ପ୍ୟାକିଂ କରୁଥିବା ସମୟରେ ୩ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି।ସେମାନଙ୍କ ନିକଟରୁ ୩୦୦ ଲିଟର ଦେଶୀ ମଧ୍ୟକୁ ମଧ୍ୟ ଜବତ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ନନ୍ଦନକାନନ ଥାନା ଅଧୀନସ୍ଥ କେନ୍ଦୁପାଟଣା ଗ୍ରାମର ଦୀନବନ୍ଧୁ ଦାସ ଓ ପଦାସାହି ଗ୍ରାମର ରୋହିତ ନାୟକ ଏବଂ ଫୁଲନଖରାର ବାଦଲ ସାମଲ।ଏଥିସହ ମଦକୁ ପ୍ୟାକିଂ କରିବା ପାଇଁ ବ୍ୟବହୃତ ସାମଗ୍ରୀକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି।ସେହିପରି ନନ୍ଦନକାନନ ଥାନା ଅଧୀନସ୍ଥ ପଦାସାହି ଗ୍ରାମର କାଳନ୍ଦୀ ଚରଣ ସାହୁ ଏକ ସ୍କୁଟି ଯୋଗେ ଦେଶୀ ମଦ ଚାଲାଣ କରୁଥିବା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ଗିରଫ ତାଙ୍କୁ କରିଛି।ତା ନିକଟରୁ ୮୦ ଲିଟର ଦେଶୀ ମଦ ସମେତ ସ୍କୁଟିକୁ ମଧ୍ୟ ଅବକାରୀ ବିଭାଗ ଜବତ କରିଛି।

Comments (0)
Add Comment