ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,୨୨।୧(ଏସଏସନିଉଜ)ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ।ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା।
ରିଟର୍ଣ୍ଣିଂଅଫିସର ନିଯୁକ୍ତିଲାଗି ପ୍ରସ୍ତାବ ମାଗିଛନ୍ତି ନିର୍ବାଚନ କମିଶନ।ଓଡ଼ିଶାସମେତ ୧୦ରାଜ୍ୟରେ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନକମିଶନଙ୍କ ପକ୍ଷରୁ ଚିଠି ଆସିଛି।ମହାରାଷ୍ଟ୍ରର ୭,ତାମିଲନାଡୁ,ବିହାରର୬,ପଶ୍ଚିମବଙ୍ଗର ୫,ଆସାମର୩, ତେଲଙ୍ଗାନା, ଛତିଶଗଡ଼ , ହରିୟାଣାର ୨ଟି,ଓଡ଼ିଶାର ୪ଟି ଓ ହିମାଚଳପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି।ଆସନ୍ତା ଏପ୍ରିଲ ୨ତାରିଖରେ ସରୁଛି ଓଡ଼ିଶାର ୪ସାଂସଦଙ୍କ କାର୍ଯ୍ୟକାଳ ।ସେମାନେ ହେଲେ ମୁନ୍ନାଖାଁ, ନିରଞ୍ଜନ ବିଶି, ମମତାମହନ୍ତ ଓ ସୁଜିତ୍ କୁମାର।

Comments (0)
Add Comment