ସାବଧାନ!ରାସ୍ତା ମଝିରେ ବିରାଟ ଖାଲ

ବାରଙ୍ଗ,୫।୭(ଏସଏସନିଉଜ)ରାଜ୍ୟରେ ଲଗାତର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ରାସ୍ତାଘାଟ ଖାଲ ଖମାରେ ପରିପୂର୍ଣ ହୋଇଯାଇଛି।ଗୋଡିସାହି ବାଙ୍କୀ ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମାରେ ପରିପୂର୍ଣ ହୋଇ ଯାତାୟାତରେ ବାଧା ସୃଷ୍ଟି କରିଛି।ଖାଲ ମାନଙ୍କରେ ବର୍ଷା ପାଣି ଜମି ରହିବାରୁ ପଥଚାରୀ ମାନଙ୍କଠାରୁ ଆରମ୍ଭ କରି ବାଇକ୍ ଚାଲକମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି।ଗୋଡିସାହି ବ୍ରିଜ ଉପରେ ବିରାଟ ଖାଲ ସୃଷ୍ଟି ହୋଇଛି।ସାଧାରଣ ଲୋକଙ୍କ ଜାଣିବା ପାଇ ସ୍ଥାନୀୟଲୋକ ଖାଲ ମଝିରେ ଏକ ବାଉଁଶ ଖୁଣ୍ଟ ପୋତି ଛନ୍ତି।ଯାହାଫଳରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକମାନେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି।

Comments (0)
Add Comment