ବାରଙ୍ଗ,୭/୯(ଏସଏସନିଉଜ)ନନ୍ଦନକାନନରେ ଚାଲିବ ରୋପୱେ ।ଏଥିପାଇଁ ଗତବର୍ଷ ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ପ୍ରାଣୀଉଦ୍ୟାନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ପୂର୍ବତନ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଁ ରୋପଓ୍ବେର ଭୂମିପୂଜନ କରିଥିଲେ ।ଏହାପରେ ଦୀର୍ଘ ୧୧ବର୍ଷଧରି ବନ୍ଦହୋଇ ପଡିରହିବା ରୋପଓ୍ବେ ଚାଲିବାର ପର୍ଯ୍ୟଟକମାନଙ୍କ ମନରେ ଆଶା ସଂଚାର ହୋଇଥିଲା ।ଏହାକୁ ଟେଣ୍ଡରରେ ନେଇଥିବା କଲିକତାର ଦାମୋଦର ରୋପଓ୍ବେ ଆଣ୍ଡ୍ ଇନ୍ଫ୍ରାଲିମିଟେଡ ସଂସ୍ଥା ରୋପଓ୍ବେ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକିଛିଦିନ ହେବ ଏହି ସଂସ୍ଥାପକ୍ଷରୁ ରୋପୱେ କାର୍ଯ୍ୟ ଆରମ୍ଭ କରାଯାଉଥିବାବେଳେ ବୋଟଘାଟ ନିକଟସ୍ଥ ଅର୍କିଟ ହାଉସ ସାମ୍ନା ରୋପଓ୍ବେ ଜଙ୍ଗଲରୁ ବେଆଇନଭାବେ ଗଛମାନ କାଟିଥିବାର ଦେଖିବାକୁ ମିଳିଛି ।ନନ୍ଦନକାନନ ପକ୍ଷରୁ ଲକ୍ଷାଧିକ ଟଙ୍କା ପ୍ରତିବର୍ଷ ବିନିଯୋଗ କରାଯାଇ ନୁଆ ଗଛମାନ ଲଗାଯାଉଛି ।ଏହାସହିତ ବୃକ୍ଷର ମାନବସମାଜ ପାଇଁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କୁ ସଚେତନ କରିବାପାଇଁ ନନ୍ଦନକାନନ ପକ୍ଷରୁ ବିଭିର୍ଣ କାର୍ଯ୍ୟକ୍ରମକୁ ହାତକୁ ମଧ୍ୟ ନିଆଯାଉଛି ।ବିଶ୍ୱପରିବେଶ ଦିବସ ମଧ୍ୟ ନନ୍ଦନକାନନ ପାଳନ କରୁଛି ।ଏସବୁ ଭିତରେ ରୋପୱେ କାର୍ଯ୍ୟ ପାଇଁ ବଡବଡ ଗଛମାନ ବଳିପଡୁଥିବାବେଳେ ନନ୍ଦନ କାନନ ପକ୍ଷରୁ କିଭଳି ଅଙ୍କୁଶ ଲଗାଯାଉନାହିଁ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ନିଜେ ଗଛ କାଟି ଅନ୍ୟମାନଙ୍କୁ ସଚେତନତା କରିବାର ମାନେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।