ସରିଲା ବେଲେଶ୍ୱର ମହାଦେବଙ୍କ ଜାଗର ଉତ୍ସବ

ବାରଙ୍ଗ,୧୩/୩(ଏସଏସନିୟୁଜ)ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତର ଟାଙ୍ଗିବନ୍ତ ଗ୍ରାମର ଶ୍ରୀ ଶ୍ରୀ ବେଲେଶ୍ୱର ମହାଦେବଙ୍କର ତିନିଦିନ ବ୍ୟାପି ଜାଗର ଉତ୍ସବ ଉଦଯାପିତ ହେଇଯାଇଛି ।ଏହି ଉତ୍ସବଟି ଜାଗର ଦିନ ଆରମ୍ଭ ହୋଇ ଆଜି ସମାପନ ହେଇଛି ଏହି ଅବସରରେ ଜାଗର ଦିନ କଳସି ଶୋଭାଯାତ୍ରା ହୋଇ ତିନିଦିନ ଧରି ବିଶ୍ବଶାନ୍ତି ମହାଯଜ୍ଞ ଆହୂତ ହେଇଥିଲା । ପୂର୍ଣ୍ଣଆହୁତି ରେ ଭକ୍ତ ମାନେ କୋଭିଡି କଟକଣାକୁ ଦୃଷ୍ଟିରେ ରଖି ପ୍ରସାଦ ସେବନ କରିଥିଲେ। ଜଗତସିଂହପୁର ନାଉଗାଁରୁ ଆଗତ ପାଲାକାର ଅରୁଣ କୁମାର ଦାସ ଓ ସାଥିମାନେ ବେଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପଲା ପରିବେଷଣ କରିଥିଲେ ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Comments (0)
Add Comment