ଭୁବନେଶ୍ୱର,୧୮।୧୨(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଗଣ୍ଡରପୁର ମିନି ଷ୍ଟାଡିୟମ୍ ରେ ଚାଲିଥିବା ୨୩ତମ ସର୍ବ ଭାରତୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଣ୍ଟର ୫ମଦିବସ ମ୍ୟାଚ୍ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏଥିନିମନ୍ତେ ଗ୍ରାମାଞ୍ଚଳର ପ୍ରଥମମ୍ୟାଚ ବାରଙ୍ଗ ବାୟର ୫/୪ ଟାଇବ୍ରେକରରେ ଆଲାମଗିରି କ୍ଲବ୍ ସାଇସୋକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।ଦ୍ୱିତୀୟମ୍ୟାଚ କୃଷକବନ୍ଧୁ କ୍ଲବ୍ ତଣ୍ଡିକଣା ୫/୪ଟାଇବ୍ରେକରରେ ଉତ୍ତମପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।ତୃତୀୟମ୍ୟାଚ ମାମଙ୍ଗଳା କ୍ଲବ ଗୋଠପୁର ୪/୩ଟାଇବ୍ରେକରରେ ଘାଟିକିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।ଚର୍ତୁଥମ୍ୟାଚ ସ୍ଵର୍ଣ୍ଣଦେବୀ କ୍ଲବ ବଉଳକୁଦ ୨/୦ଗୋଲରେ ମଦନ ମୋହନ କ୍ଲବ୍ ଉସୁମାକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି।ପଞ୍ଚମମ୍ୟାଚ ୟୁନାଟେଡ୍ ସି -୧ ବିହାର ସହ ମାମଙ୍ଗଳାକ୍ଲବ୍ ଢେଙ୍କାନାଳ ମଧ୍ୟରେ ହୋଇଥିଲା।ଏଥିରେ ୩/୧ରେଗୋଲରେ ଢେଙ୍କାନାଳ ବିଜୟ ଲାଭ କରିଥିଲା।
ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଟାଙ୍ଗିବନ୍ତ ସହ ଆମଣ,ଦ୍ୱିତୀୟ ମ୍ୟାଚ ବୋଧପୁର ସହ ସିଆରଆରଆଇ,ତୃତୀୟ ମ୍ୟାଚ୍ ମୁଣ୍ଡୁମାଣ ସହ ବରାହିପୁର,ଚତୁର୍ଥ ମ୍ୟାଚ୍ ପ୍ରତାପ ନଗରୀ ସହ ମଇନ୍ଦିପୁର,ପଞ୍ଚମ ମ୍ୟାଚ୍ ସୁରଭି ଏଫ୍ଟି ଫୁଲବାଣୀ ସହ ମା ମଙ୍ଗଳା କ୍ଲବ୍ ଢେଙ୍କାନାଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ ଜ୍ଞାନରଞ୍ଜନ ରାଉତ(ହିରୋ) ସୂଚନା ଦେଇଛନ୍ତି।(ଜିତ ରାଉତଙ୍କ ରିପୋର୍ଟ)