ଏସ.ଏସ.ଡି, ଗୁରୁଡିଝାଟିଆ ଚାମ୍ପିୟନ

ଭୁବନେଶ୍ୱର,୨୧।୧୦(ଏସଏସନିଉଜ)ଉତ୍କଳ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡ଼ାଙ୍ଗନରେ ଦୁଇ ଦିନ ଧରି ଜଟଣୀ ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନ୍ତମହାବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି ।ଆଜିର ଏହି ଫାଇନାଲ ମ୍ୟାଚରେ କଟକ ଗୁରୁଡ଼ିଝାଟିଆର ଏସ.ଏସ.ଡି ମହାବିଦ୍ୟାଳୟ ଖୋର୍ଦ୍ଧାର ପ୍ରାଣନାଥ ମହା ବିଦ୍ୟାଳୟକୁ ୪-୦ ଗୋଲରେ ପରାସ୍ତକରି ଚଳିତବର୍ଷର ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ବିଭିନ୍ନ
ଜୋନରୁ ଆସିଥିବା ୮ଟି ଦଳକୁ ନେଇ ଚାଲିଥିବା ଏହି ଫାଇନାଲ ଜୋନ ଅନୁଷ୍ଠିତ ହୋଇଥିଲା. ପ୍ରଥମ ସେମି ଫାଇନାଲ ରେ ପ୍ରାଣନାଥ ମହାବିଦ୍ୟାଳୟ ଭୁବନେଶ୍ୱର ଶାରୀରିକ ଶିକ୍ଷା ମହାବିଦ୍ୟାଳୟକୁ ୨-୧ ଗୋଲ ରେ ପରାସ୍ତ କରିଥିବାବେଳେ ଦ୍ୱିତୀୟମ୍ୟାଚରେ ଗୁରୁଦିଝାଟିଆ ମହାବିଦ୍ୟାଳୟ ଉଦୟନାଥ ମହାବିଦ୍ୟାଳୟକୁ ୩-୦ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା।ଆଜିର ଏହି ଉଦଯାପନୀ ଉତ୍ସବରେ ଉତ୍କଳ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଓ ଜଟଣୀ ମହାବିଦ୍ୟାଳୟ ଅଧକ୍ଷ ଡ଼ ରାଜୀବକର ଅତିଥିଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିବେଳେ। ଏହି ସଭାକୁ କ୍ରୀଡ଼ାପରିଷଦ ନିର୍ଦେଶକ ଡ଼ ବିଜୟ କୁମାର ସୁନ୍ଦରାୟ ପରିଚାଳନା କରିଥିଲେ। ଡ଼ କୀର୍ତ୍ତିରଞ୍ଜନ ମଲ୍ଲିକ ଧନ୍ୟବାଦ ଓ ଡ଼ ବେଣୁଧରଦାସ, ଡ଼ ପ୍ରବୀରମହାନ୍ତି, ଚତୁର୍ଭୁଜଜେନା, ପ୍ରଶାନ୍ତ ମହାନ୍ତି, ଦକ୍ଷବ୍ରହ୍ମ ରାଉତରାୟ ଓ ବିଜୟ କୁମାରରାଉତ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ ।

Comments (0)
Add Comment