ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା

ରାଜ୍ୟ ମହିଳା କମିଶନଙ୍କ ଉଦବେଗ

ଭୁବନେଶ୍ବର, ୧୦ା୮(ଏସଏସନିଉଜ) ହୋଟେଲ ଦୀପାଳିରେ ଘଟିଥିବା ଶୁଭଲକ୍ଷ୍ମୀସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ରହସ୍ୟ ହଟାଇବାପାଇଁ ପୋଲିସ ପ୍ରଚେଷ୍ଟା ଆରମ୍ଭ କରିଛି । ଦୀପାଲି ବାରରେ ବାରଡ୍ୟାନ୍ସର ଭାବେ କାମକରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳାକମିଶନ ଅଧ୍ୟକ୍ଷା ଉଦବେଗ ପ୍ରକାଶ କରିବାସହ ୧୫ଦିନ ମଧ୍ୟରେ ତଦନ୍ତରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ କମିଶନରେଟ ପୁଲିସ ତଦନ୍ତ ଆରମ୍ଭ କରିବାସହ ଏହିଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ମଧ୍ୟ ପୋଲିସ କରିଛି ।

Comments (0)
Add Comment