ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି, ୧୪/୯(ଏସଏସନିୟୁଜ) ସ୍ୱାଭିମାନ ଅଞ୍ଚଳରେ ଅବକାରୀ ବିଭାଗକୁ ଟାର୍ଗେଟ କରି ହୋଇଛି ପ୍ରଜାମେଳି । ଚିତ୍ରକୋଣ୍ଡା ଏବଂ କୋରକୋଣ୍ଡା ବ୍ଲକର ନାକାମାମୁଡି ,ଖଡିକାଯୋଡି ଅଦି ୧୫ ଖଣ୍ଡ ଗ୍ରାମର ଶହଶହ ଲୋକ ଏଥିରେ ସାମିଲ ହୋଇ ଅବକାରୀ ବିଭାଗର ନିସ୍କିୟତା ବିରୁଦ୍ଧରେ ସ୍ୱର ଉଠାଇବାସହ ଗଂଜେଇ ଚାଷୀଙ୍କଠାରୁ ଟଙ୍କା ନେଇସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଅଭିଯୋଗ କରିଛନ୍ତି ।ନିଜର ଆବଶ୍ୟକତାକୁଦେଖି ଗଂଜେଇ ନିଜେ ରଖି ମିଥ୍ୟା କେଶରେ ନିରିହ ଲୋକମାନଙ୍କୁ ଫସାଉଥିବାର ଅଭିଯୋଗ କରିଛନ୍ତି । ତେବେ ସ୍ବାଭିମାନ ଅଂଚଳବାସୀ ଉଠାଇଥିବା ଅଭିଯୋଗ ଭିତ୍ତିହୀନ ବୋଲି ଅବକାରୀବିଭାଗ ପକ୍ଷରୁ କୁହାଯାଇଛି ।

Comments (0)
Add Comment