ଭୁବନେଶ୍ୱର,୨୨।୧(ଏସଏସନିଉଜ)ସମସ୍ତ ତମାଖୁ ଓ ନିକୋଟିନ୍ ସାମଗ୍ରୀ ଉତ୍ପାଦନକୁ ବ୍ୟାନ୍ କଲେ ରାଜ୍ୟ ସରକାର।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରତିବନ୍ଧକ ଲଗାଯାଇଛି।ଗୁଟ୍ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ବ୍ୟାନ୍ କରାଯାଇଛି।ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ, ବିକ୍ରୟ ଉପରେ ରୋକ୍ ଲଗାଯାଇଛି।
ଖାଦ୍ୟ ସୁରକ୍ଷା ଓ (FSSAI)ଙ୍କ ଗାଇଡଲାଇନ୍ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇଛି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଷେଧାଦେଶ ଜାରି ହୋଇଛି।
ସାର୍ବଜନୀନ ସ୍ୱାସ୍ଥ୍ୟ ହିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଛି।ସୁସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି।ତମାଖୁ ଓ ନିକୋଟିନ୍ ସେବନ ଯୋଗୁ କ୍ୟାନ୍ସର୍ ଭଳି ଗୁରୁତର ରୋଗ ହେଉଛି।ଶିଶୁ ଓ ଯୁବପିଢ଼ିଙ୍କ ସ୍ୱାସ୍ଥ୍ୟ ପାଇଁ ତମାଖୁ ଓ ନିକୋଟିନ୍ ଅତ୍ୟନ୍ତ ହାନିକାରକ ବୋଲି କୁହାଯାଇଛି।