କେନ୍ଦ୍ରାପଡ଼ା,୮ା୮(ଏସଏସନିଉଜ)ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେବାରୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି।ଆହତମାନଙ୍କୁ ଚିକିତ୍ସା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀମାନଙ୍କୁ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାର ଜଣାପଡିଛି ।ଗୁରୁବାର ସକାଳେ ବସ୍ଟି ଯାତ୍ରୀମାନଙ୍କୁ ନେଇ ପାରାଦୀପରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବାବେଳେ ହଜାରୀଛକ ନିକଟରେ ତେଲଟ୍ୟାଙ୍କରକୁ ଧକ୍କା ଦେଇଥିଲା।