ଭିଜିଲାନ୍ସ ଜାଲରେ …

ଜିଏସ୍‌ଟି ଅଧିକାରୀ ଓ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ

ଭୁବନେଶ୍ବର,୨୮ା୩(ଏସଏସନିଉଜ) ଜିଏସ୍‌ଟି ଅଧିକାରୀ ମାନସ ରଂଜନ ବେହେରା ୩୦ ହଜାର ଟଙ୍କାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୁରୀଜିଲ୍ଲା ସ୍କୁଲ ସମ୍ମୁଖରେ ଦାବି ଟଙ୍କା ଅସୁଲ କରୁଥିବା ବେଳେ ରେଡ ହ୍ୟାଣ୍ଡେଡ ମାନସଙ୍କୁ କାବୁ କରିଥିଲା ଭିଜିଲାନ୍ସ।ଏହାପରେ ବେହେରାଙ୍କର ତିନୋଟି ସ୍ଥାନରେ ଏକକାଳୀନ ଚଢାଉ କରିଥିଲା ଭିଜିଲାନ୍ସ । ସେହିପରି ନୂଆପଡ଼ା ଜିଲ୍ଲା ରାଜସ୍ବ ବିଭାଗରେ କାର‌୍ୟ୍ୟରତ ରାଜସ୍ବ ସ୍ବତନ୍ତ୍ର ଅଧିକାରୀ (ଓଏସ୍‌ଡି) ନରେନ୍ଦ୍ର ଚନ୍ଦ୍ରକାର ଗୁରୁବାର ସଂଧ୍ୟାରେ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପିତାଙ୍କ ସେଟଲମେଣ୍ଟ ରିଭିଜନ୍ ଫାଇଲ୍ ପ୍ରକ୍ରିୟା ପାଇଁ ଆବେଦନ କରିଥିବାବେଳେ ଚନ୍ଦ୍ରକାର ୪୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ ଘର ଓ ସରକାରୀବାସଭବନ ଉପରେ ଚଢାଉ କରିଥିଲା ।

Comments (0)
Add Comment