ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ

0 114

ପୁରୀ,୧୫ା୭(ଏସଏସନିଉଜ)ଏଣିକି ଶ୍ରୀମନ୍ଦିର ଆନନ୍ଦବଜାରରେ ଲାଗିବ ଅବଢ଼ା ରେଟଚାର୍ଟ।ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ରଞ୍ଜନକୁମାରଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ବହୁଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆନନ୍ଦବଜାରରେ ଅଣସୁଆରଙ୍କୁ ଚିହ୍ନଟ କରିବା, ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା, ପର‌୍ୟ୍ୟାପ୍ତ ପାନୀୟଜଳ, ହେଲ୍ପଡେସ୍କ ଗଠନ, ଆନନ୍ଦ ସଫେଇ ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱ, ଜରି କାଢ଼ି ସେଡ୍ ବ୍ୟବସ୍ଥା ସହ ଅନ୍ୟାନ୍ୟ ବିଷୟଉପରେ ଆଲୋଚନା ହୋଇଛି ।ତେବେ ମହାସୁଆର ନିଯୋଗ ପକ୍ଷରୁ କରାଯାଉଥିବା ଦାବୀ ଉପରେ ପ୍ରଶାସନ ଗୁରୁତ୍ୱଦେଇ ଏକ ୧୧ଜଣିଆକୋର୍ କମିଟି ଆସନ୍ତା ୭ ଦିନ ଭିତରେ ରିପୋର୍ଟ ଦେବ ବୋଲି କୁହାଯାଇଛି ।

Leave A Reply

Your email address will not be published.