ଆଜିର ରାଶିଫଳ

0 174

୧୯-୫-୨୦୨୩(ଶୁକ୍ରବାର)ସାବିତ୍ରୀବ୍ରତ ଓ ଜ୍ୟେଷ୍ଠ ଅମାବାସ୍ୟା}ବୃଷ ମିଥୁନ କର୍କଟ ସିଂହ ଧନୁ କୁମ୍ଭ ମୀନ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି । ବିଛା ରାଶିର ଘାତଚନ୍ଦ୍ର । ବିଛା ଧନୁ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୨୭ ଗତେ ଘ୧୧।୪୧ ମଧ୍ୟେ ବାର ଓ କାଳବେଳା । ରାତ୍ରି ଘ୯।୦ ଗତେ ଘ୧୦।୨୩ ମଧ୍ୟେ କାଳରାତ୍ରି । ସ୍ପର୍ଶ ଓ ପୀତ ବସ୍ତ୍ର ଦାନ । ଅମାବାସ୍ୟାର ସାମତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ । ସ୍ତ୍ରୀ ତୈଳ ବର୍ଜନ ମତ୍ସ୍ୟ ମାଂସ ଭକ୍ଷଣ ନିଷେଧ । ଅଦ୍ୟ ସାବିତ୍ରୀ ବ୍ରତ । ସଧବା ସ୍ତ୍ରୀମାନଙ୍କର ସାବିତ୍ରୀ ବ୍ରତ ଉପବାସ । ବ୍ରତ କନ୍ଧନ । ଅନ୍ୟ ଅମାବାସ୍ୟା କୃତ୍ୟ । ସାବିତ୍ର ବ୍ରତ ଓ ବ୍ରବାରଣ ଓ ସାବିତ୍ରୀ ବ୍ରତ ପୂଜା । ଉପବାସ ଲକ୍ଷ୍ମୀ ନାରାୟଣ ପୂଜା ।ହଳ ନିଷେଧ ।ଅମୃତ – ଦିବା ଘ୧୧।୩୮ ଗତେ ଘ୨।୨ ମଧ୍ୟେ ରାତ୍ରି ଘ୮।୩୮ ମଧ୍ୟେ ଘ୧।୨୬ ଗତେ ଘ୩।୫୦ ମଧ୍ୟେ ଘ୪।୩୮ ଗତେ ଘ୫।୧୪ ମଧ୍ୟେ ।ମାହେନ୍ଦ୍ର-ଦିବା ଘ୬।୧ ଗତେ ଘ୬।୫୦ ମଧ୍ୟେ ଘ୯।୧୪ ଗତେ ଘ୧୦।୧୧ ମଧ୍ୟେ ।
ମେଷ:- ଆପଣଙ୍କ କାମ ସମୟ ସୀମା ମଧ୍ଯରେ ପୂରା କରି ନେବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନ ରେ ଲାଗିରହିଥିବା ମନୋମା ଳିନ୍ୟ ସମାପ୍ତ ହେବ।
ବୃଷ:-ପୂଜାପାଠରେ ସମୟ ବିତିବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। କୌଣସି ସ˚ଘରେ ଯୋଗ ଦେବାର ସୁଯୋଗ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହୋଇପାରେ। କୌଣସି କଥାକୁ ନେଇ ଜୀବନସାଥୀଙ୍କ ସହିତ ତର୍କ ହୋଇପାରେ। ଛାତ୍ରଙ୍କୁ ଭଲ ଫଳ ମିଳିବ।
କର୍କଟ:-ଇଷ୍ଟଦେବଙ୍କ ଧ୍ୟାନ କଲେ ମନର ସକାରାତ୍ମକ ଶକ୍ତି ସ˚ଚାର ହେବ। ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ବ୍ୟବସାୟୀଙ୍କୁ ଲାଭ ହେବ।
ସି˚ହ:- ଧ୍ୟାନ ଓ ଯୋଗ ମାଧ୍ୟମରେ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ବିରୋଧୀ ସ୍ବ˚ୟ ପରାସ୍ତ ହୋଇଯିବେ। ନୂଆ ଉତ୍ସରୁ ଧନଲାଭ ହେବ।କନ୍ୟା:-ବେପାର ସମ୍ବନ୍ଧରେ ମନରେ ଅଭିନବ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ପରିଜନଙ୍କ ସହିତ ଭଲ ସମ୍ବନ୍ଧ ସ୍ଥାପିତ ହେବ।
ତୁଳା:- ନୂଆ କାମ ଆରମ୍ଭ କରିବା ଲାଗି ସମୟ ଭଲ। ବନ୍ଧୁଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ଅବିବାହିତ ଲୋକଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।
ବିଛା:- ଉଚିତ ପରିଶ୍ରମରେ ଆପଣଙ୍କୁ ସଫଳତା ମିଳିବ। ବ୍ୟବସାୟରେ ଲାଗିରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ନୂଆ ଘର କିଣିବା ଲାଗି ଯୋଜନା କରିବେ।
ଧନୁ:- କିଛି ନୂଆ ଶିଖିବାର ସୁଯୋଗ ପାଇବେ। ଅଧୁରା କାମ ପୂରା ହେବ। ବନ୍ଧୁ ଓ ଭାଇଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭ ହେବ।
ମକର:-ବନ୍ଧୁଙ୍କ ସହାୟତାରେ ଜରୁରୀ କାମ ପୂରା ହେବ। ପୁଞ୍ଜି ବଜାରରେ ନିବେଶ ଲାଭ ଦାୟକ। ରାଜନୀତିରେ କିଛି ଆଶା ପୂରଣ ହେବ।
କୁମ୍ଭ:- ଜରୁରୀ କାମରେ ସଫଳତା ପାଇବେ। ରାଜନୀତି କ୍ଷେତ୍ରରେ ପ୍ରସିଦ୍ଧି ବଢ଼ିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ଖୁସିରେ ଆପଣ ଅଧିକ ଖର୍ଚ୍ଚ କରିବେ।ମୀନ:-ଯାହା ବି କାମ କରିବେ ତହିଁରେ ସଫଳତା ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ। ନୂଆ ବ୍ୟବସାୟ ଆରମ୍ଭ ଲାଗି ଯୋଜନା କରିବେ।!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.