୨୦୨୩ମସିହା ଅଗଷ୍ଟମାସ ୨୫ତାରିଖ ଶୁକ୍ରବାର।ଶ୍ରୀକ୍ଷେତ୍ରରେ ଝୁଲଣଯାତ୍ରା ଅଧିବାସ, ଶ୍ରୀମନ୍ଦିରରେ ବାଡ଼ି ନୃସିଂହ ବିଜେ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୨/ ୫୭,ସୂର୍ଯ୍ୟାସ୍ତଘ୬/୪/୪୯,ଶ୍ରାବଣମାସ,ଶୁଦ୍ଧ ଶୁକ୍ଳପକ୍ଷ,ଭୃଗୁ ବାସ,ତିଥି- ନବମୀ ରାତ୍ରି ଘ୧/୫୭ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ଦିବା ଘ୯/୪୫ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୧/୫୭ମି ପରେ ଉତ୍ତର ଦିଗରେ। ରିକ୍ତାତିଥି, ବୈଧୃତିଯୋଗ ଦୋଷ ହେତୁ ରାତ୍ରି ଘ୧/୫୭ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।
ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ଭକ୍ଷଣ ନିଷେଧ।ଅଶୁଭବେଳା- ବାର ଓ କାଳବେଳା) ଦିବା ଘ୮/୪୦ମି ରୁ ଘ୧୧/୪୭ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୮/୫୫ମି ରୁ ଘ୧୦/୨୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୭/୧୦ମି ମଧ୍ୟେ, ଘ୭/୫୮ମି ରୁ ଘ୧୦/ ୨୨ମି ମଧ୍ୟେ, ଘ୩/୫୮ମି ରୁ ଘ୫/୩୪ମି ମଧ୍ୟେ, ରାତ୍ରି ଘ୭/୩୮ମି ରୁ ଘ୯/୧୪ମି ମଧ୍ୟେ, ଘ୩/୩୮ମି ରୁ ଘ୪/୨୬ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୧୦/୫୦ମି ରୁ ଘ୧୧/୩୮ମି ମଧ୍ୟେ, ଘ୪/୨୬ମି ରୁ ରାତ୍ରିଶେଷ ଘ୫/୩୩ମି ପର୍ଯ୍ୟନ୍ତ।ପୁଷ୍କର ଦୋଷ – ମୃତ ବ୍ୟକ୍ତିର ପୁଷ୍କର ଦୋଷ ନାହିଁ।
ଶୁଭକର୍ମ:- ହଳପ୍ରବାହ, ବୀଜବପନ, ଦୂରଯାତ୍ରା, ବୃକ୍ଷରୋପଣ, ଔଷଧକରଣ, ନାମକରଣ।ଆଜିର ରାଶିଫ
🐏ମେଷ👉 ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନ ଲାଭର ଯୋଗ ରହିଛି। ବିଦେଶ ଯିବାଲୋକ ଶୁଭଖବର ପାଇବେ। ସ୍ବାସ୍ଥ୍ୟ ବଢ଼ିଆ ରହିବ।
🐮ବୃଷ👉 ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ। ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
👩❤️👨ମିଥୁନ👉ଆଜି କିଛି ନୂଆ ଅନୁଭବ କରିେବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
🦀କର୍କଟ👉ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
🦁ସିଂହ👉ମାଆ ଦୁର୍ଗାଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
🙎♀️କନ୍ୟା👉 ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
⚖️ତୁଳା👉ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ବ୍ୟବସାୟୀମାନେ ବଡ଼ ଡିଲ୍ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
🦂ବିଛା👉ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନର ବାଟ ଫିଟିବ।
🏹ଧନୁ👉ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
🐊ମକର👉 ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ମଧୁରତା ଆସିବ।
🏺କୁମ୍ଭ👉ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ।
🐟ମୀନ👉 ଆଧାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

କଳାବତୀଚାଉଳରେ ଭରି ରହିଛି ଔଷଧିୟ ଗୁଣ :- ହୃଦରୋଗଠାରୁ ଆରମ୍ଭକରି ମଧୁମେହପର୍ଯ୍ୟନ୍ତ ଅନେକ ରୋଗକୁ ସମୂଳେ କରେନାଶ।
ଔଷଧୀୟଗୁଣରେ ଭରିରହିଛି କଳାଧାନ।ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ଏହି କଳାଧାନର ଅନ୍ୟନାମ କଳାବତୀଧାନ।ଏହି ଧାନ ଚାଷରେ କୌଣସି କୀଟନାଶକ ବ୍ୟବହାର କରାଯାଉନଥିବା ବେଳେ କଳାବତୀଚାଉଳରେ ଭରିରହିଛି ଔଷଧିୟଗୁଣ। ଏହି କଳାଧାନର ଚାଉଳ ସ୍ୱାସ୍ଥ୍ୟପାଇଁ ବହୁତଭଲ। ଏହା ହୃଦରୋଗ ଠାରୁ ଆରମ୍ଭକରି ମଧୁମେହ ପର୍ଯ୍ୟନ୍ତ ରୋଗକୁ ସମୁଳେ ନାଶ କରିବାସହ ଅନେକରୋଗର ମହୌଷଧିଭଳି କାମକରେ।
କଳାଧାନର ପୋଷଣ ଏବଂ ସ୍ୱାସ୍ଥ୍ୟପାଇଁ ଏହା ବରଦାନ ସାବ୍ୟସ୍ତହେବ କହିଲେ କିଛି ଭୁଲ୍ ହେବନାହିଁ । ବିଭିନ୍ନ ପୋଷକତତ୍ତ୍ୱରେ ଭରପୂର କଳା ଧାନ ପ୍ରଥମେ ଚୀନ୍ ରୁ ଉତ୍ପାଦନ ହେଉଥିଲା ।ଏହାର ଦାମ୍ ଏତେ ମହଙ୍ଗାଥିଲାଯେ କେବଳ ରାଜା ମହାରାଜା ହିଁ ଏହାକୁ ସେବନ କରିବାରମଉକା ପାଉଥିଲେ । ବର୍ତ୍ତମାନ ଏହି ଚାଉଳକୁ ସାଧାରଣ ଲୋକେବି ଖାଇପାରୁ ଛନ୍ତି, କିନ୍ତୁ ଏହାରଚାଷ ଖୁବ୍ କମ୍ ହୋଇଥାଏ ଏବଂ ଖୁବ୍ କମ୍ ଲୋକମଧ୍ୟ କଳାଧାନର ଅସ୍ତିତ୍ୱକୁ ଜାଣିଛନ୍ତି ।ଧଳା ଚାଉଳ ଅପେକ୍ଷା କଳାଚାଉଳ ସ୍ୱାସ୍ଥ୍ୟପକ୍ଷେ ବହୁତଭଲ ।
ଓଡିଶାର ସମ୍ବଲପୁର ଯୁଯୁମୁରା ଅଂଚଳ ବିରସିଂହପଡାରେ ଏହି ଧାନକୁ ଚାଷ କରାଯାଉଛି । ଯାହାର ଅନ୍ୟନାମ କଳାବତୀ ଧାନ । ଏହି କଳାଧାନ ଚାଉଳ କିଲୋ ପ୍ରତି ୨ଶହରୁ ୩ଶହ ଟଙ୍କାରେ ବ୍ରିକ୍ରି ହେଉଥିବା ବେଳେ ଏହାର ବିହନର କେଜି ପ୍ରତି ୫୦୦ଟଙ୍କା ଧାର୍ଯ୍ୟ କରା ଯାଇଛି ।
୧. କଳାବତୀ ଚାଉଳରୁ ପ୍ରସ୍ତୁତ ଭାତ ରକ୍ତପରିଷ୍କାର କରିବା ସହିତ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇ ଥାଏ।
୨. ଯଥେଷ୍ଟ ପରିମାଣର ଭିଟାମିନ୍ ‘ଇ’ ଥିବାରୁ ଏହା ତ୍ୱଚା ଓ ଚକ୍ଷୁ ସମ୍ପର୍କିତସମସ୍ୟା ଦୁର କରିବାରେ ସହାୟକ ହୋଇ ଥାଏ।
୩. ଶରୀରରୁ ବିଷାକ୍ତ ଉପାଦାନ କୁ ନଷ୍ଟ କରିବାସହ ଲିଭର୍, କିଡନୀକୁ ସୁସ୍ଥ ରଖିଥାଏ କଳାଚାଉଳରୁ ପ୍ରସ୍ତୁତ ଭାତ।
୪. ମେଦବହୁଳତା କମାଇବା, ଓଜନ ସନ୍ତୁଳନ ବଜାୟ ରଖିବା ଓ ହଜମ ଜନିତ ସମସ୍ୟା ଦୁର କରିବାରେ ଏହା ବେଶ ସହାୟକ ହୁଏ
୫ . ହୃଦରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ କଳାଧାନର ଭାତ କୌଣସି ବରଦାନଠାରୁ କମ୍ ନୁହଁ |

