ଆଜିର ରାଶିଫଳ

0 438

ଶୁକ୍ରବାର,୨୦୨୨ ମସିହା ମଇ ମାସ ୨୦ ତାରିଖ,
ଜେଷ୍ଠ ମାସ- କୃଷ୍ଣପକ୍ଷ,
ତିଥି- ପଞ୍ଚମୀ , ସୁର୍ୟୋଦୟ -ପ୍ରାତଃ ଘ୫/୧୩/୨୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୨/୦୬,ଯାତ୍ରା ଶୁଭ,ବ୍ରତପୟୋନ, ବିବାହ ଓ ପାଣିଗ୍ରହଣ,ବିଛା, ଧନୁ ଓ ମୀନର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ ଦିବା ଘ୫/୨୯ ଗତେ ନିମ୍ବ ଭକ୍ଷଣ ନିଷେଧ।
🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ ।
🐮ବୃଷ👉ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
👩‍❤️‍👨ମିଥୁନ👉ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
🦀କର୍କଟ👉ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ପର୍ବପର୍ବାଣି ବା କୈ।ଣସି ଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।
🦁ସିଂହ👉ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
🙎‍♀️କନ୍ୟା👉ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
⚖️ତୁଳା👉ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍
🦂ବିଛା👉ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।
🏹ଧନୁ👉ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
🐊ମକର👉କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
🏺କୁମ୍ଭ👉ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
🐟ମୀନ👉ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ ।
!! ସର୍ବଦା ମନେ ରଖନ୍ତୁ ଲୁଣ ଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ଆମ ଜୀବନର ପ୍ରକୃତ ବନ୍ଧୁ, କାରଣ ଇତିହାସ ମଧ୍ୟ ସାକ୍ଷୀ ଅଛି ଯେ ଲୁଣରେ ଆଜି ପର୍ଯ୍ୟନ୍ତ କେବେହେଲେ ପୋକ ଲାଗିନାହିଁ !!🙏🏻ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଲକ୍ଷ୍ମୀ🙏🏻

Leave A Reply

Your email address will not be published.