ଆଜିର ରାଶିଫଳ

0 243

(ମଙ୍ଗଳବାର)୨୦୨୨ ମସିହା ମେଂ ମାସ ୩୧ ତାରିଖ,
ଜେଷ୍ଠ ମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦା,ସୁର୍ୟୋଦୟ-ପ୍ରାତଃ ଘ୫/୧୦/୨୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୪,ମକର ରାଶିର ଘାତବାର,ବିଛା ଓ କନ୍ୟା ରାଶିର ଘାତଚନ୍ଦ୍ର,ପ୍ରତିପଦା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣିକଖାରୁ ସନ୍ଧ୍ୟା ଘ୭/୫ ଗତେ ବୃହତୀ(ବୋଇତି କଖାରୁ) ଭକ୍ଷଣ ନିଷେଧ।
🐏ମେଷ👉ଆଜି ଆପଣ ଘରେ ଝଗଡ଼଼ା କରିପାରନ୍ତି, ନିଜ ରାଗକୁ ନିୟନ୍ତ୍ରଣରେ ରଖନ୍ତୁ । ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁ ନେଇ ହୋଇପାରେ । କଳି ଠାରୁ ବଞ୍ଚନ୍ତୁ ଏବଂ ନିଜ ଘରର ଶାନ୍ତି ବଜାୟ ରଖନ୍ତୁ ।
🐮ବୃଷ👉ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
👩‍❤️‍👨ମିଥୁନ👉ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
🦀କର୍କଟ👉ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ପର୍ବପର୍ବାଣି ବା କୈ।ଣସି ଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।
🦁ସିଂହ👉ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
🙎‍♀️କନ୍ୟା👉ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
⚖️ତୁଳା👉ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍
🦂ବିଛା👉ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।
🏹ଧନୁ👉ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
🐊ମକର👉କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
🏺କୁମ୍ଭ👉ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
🐟ମୀନ👉ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରି ଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ ।
!! ଯେଉଁ ମଣିଷ ଅତ୍ୟଧିକ ଗର୍ବ କରେ ତାର ସେ ଗର୍ବ ବେସିଦିନ ରହେ ନାହିଁ, ଦିନେ ନା ଦିନେ ତା ଗର୍ବ ଭାଙ୍ଗିଯାଏ, ନିଜର ଅହଂକାର ତୁଟେ । ସେତେ ବେଳେ ସେ ନିଜ ପାଇଁ ସ୍ଥାନ ଖୋଜି ପାଏନାହିଁ । କାରଣ କେହି ତାକୁ ପାଖ ପଶେଇବାକୁ ରାଜି ହୁଅନ୍ତି ନାହିଁ !! 🙏ଜୟ ଜଗନ୍ନାଥ,ଜୟ ସୋମନାଥ🙏

Leave A Reply

Your email address will not be published.