ଆରମ୍ଭହେବ ପ୍ରଥମ ସେମିଫାଇନାଲମ୍ୟାଚ୍

0 299

ଭୁବନେଶ୍ୱର,୪/୧୨- ଗଣ୍ଡରପୁର ୟୁନାଇଟେଡ ଯୂଥସ୍ପୋଟସ୍ କ୍ଲବ ଆନୁକୁଲ୍ୟରେ
ଗଣ୍ଡରପୁର  ଖେଳପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ଗଣ୍ଡରପୁର ଫୁଟବଲ ଟୁର୍ଣାମେଂଟର ଚତୁର୍ଥ ଦିନର ପ୍ରଥମ ଗ୍ରାମାଂଚଳ ମ୍ୟାଚ୍ ଫ୍ରେଣ୍ଡସ କ୍ଲବ ଜଦୁପୁର ଓ ଉସୁମା ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ଜଦୁପୁର ୫-୪ ଟ୍ରାଇବ୍ରେକରରେ ଉସୁମାକୁ ହରାଇ କ୍ୱାଟରଫାଇନାଲକୁ ପ୍ରବେଶ କରିଥିଲା । ଦ୍ୱିତୀୟ ମ୍ୟାଚରେ ଘାଟିକିଆର ବଜରଙ୍ଗବାଲୀକ୍ଲବ୍ ୧-୦ ଗୋଲରେ ବେଲଗଛିଆକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲା । ସହରାଂଚଳ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ  ୫-୪ ଟ୍ରାଇବ୍ରେକରରେ ୟାଜଧାନୀକ୍ଲବ-୭୩ କୁ ପରାସ୍ତକରି ସେମିଫାଇନାଲକୁ ଯାଇଥିଲା । ଗ୍ରାମାଂଚଳ ମ୍ୟାଚ୍ ରେ ସିଦ୍ଧାନ୍ତ ମହାରଥି ଓ ସହରାଂଚଳ ମ୍ୟାଚରେ ଅନିଲପାଢୀ ମ୍ୟାନଅଫ ଦି ମ୍ୟାଚ୍ ହୋଇଥିଲେ । ୫ମ ଦିନରେ ଗ୍ରାମାଂଚଳମ୍ୟାଚ୍ ଗୋଠପୁର ସହ ପଦ୍ମକେଶରପୁର , ଦ୍ୱିତୀୟମ୍ୟାଚ୍ ରେ ପ୍ରତାପନଗରୀ ସହ ଉବଳକୁଦ ଓ ସହରାଂଚଳର ପ୍ରଥମ ସେମିଫାଇନାଲ ମ୍ୟାଚ୍ ସ୍ପୋଟସ୍ ହଷ୍ଟେଲ କଟକ ସହ ଜଗା ୟୁନାଇଟେଡ୍ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଟୁର୍ଣାମେଂଟର ସମ୍ପାଦକ ମାନସରଞନ ପଢିହାରୀ କହିଛନ୍ତି । ଚତୁର୍ଥଦିନର ଟୁର୍ଣାମେଂଟକୁ ଭୁବନେଶ୍ୱର ଜିଲ୍ଲା ବିଜୁଜନତାଦଳର ସଭାପତି ଅମରେଶଜେନା ଉଦଘାଟନ କରିଥିଲେ ।

Leave A Reply

Your email address will not be published.