ଆସନ୍ତା ୧୮ ରେ ସଂସଦର ଶୀତକାଳୀନ ଅଧିବେଶନ

0 491

ଭୁବନେଶ୍ବର:୧୫/୧୧-  ଆସନ୍ତା ୧୮ ତାରିଖ ଅର୍ଥାତ୍   ସୋମବାର ଠାରୁ ଆରମ୍ଭ ହେବାକୁଯାଉଛି  ସଂସଦର ଶୀତକାଳୀନ ଅଧିବେଶନ । ତାପୂର୍ବରୁ ଗୃହ କାର୍ଯ୍ୟ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡ଼ିବା ଲାଗି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ଶନିବାର ଏକ ସର୍ବଦଳୀୟ ବୈଠକ ଡକାଉଥିବା ଜଣାପଡିଛି  ।ସେହିଭଳି ରବିବାର ଦିନ  ରାଜ୍ୟସଭା ଅଧ୍ୟକ୍ଷ ଏମ୍‍. ଭେଙ୍କିୟା ନାଇଡୁ ମଧ୍ୟ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କୁ ରବିବାର ଦିନ ଏକ ବୈଠକରେ ଯୋଗ ଦେବାପାଇଁ ଡାକିଛନ୍ତି। ସେହିଦିନ ସରକାରଙ୍କ ପକ୍ଷରୁ ଏକ ସର୍ବଦଳୀୟ ବୈଠକ ମଧ୍ୟ ଡକାଯାଇଛି । ଡିସେମ୍ବର ୧୩ ତାରିଖରେ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଶେଷ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.