ଆସିବ ମୁଖ୍ୟମନ୍ତ୍ରୀଙ୍କ ଫୋନ କଲ୍

ଭୁବନେଶ୍ୱର,୨୬।୮(ଏସଏସନିଉଜ) ଆମଶାସନ ବ୍ୟବସ୍ଥା ରାଜ୍ୟରେ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ ଏହାର ଶୁଭାରମ୍ଭ କରିଛନ୍ତି।ସାଧାରଣ ଲୋକଙ୍କୁ ଫୋନ କରି ସରକାରଙ୍କ ସେବା କିଭଳି ମିଳୁଛି ସେ ବାବଦରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଫିଡବ୍ୟାକ ନେବେ।ଶାସନକୁ ଲୋକାଭିମୂଖୀ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। କ୍ଷେତ୍ର ପରିଦର୍ଶନ ସମୟରେ ସରକାରୀ ଅଧିକାରୀମାନେ ମୋବାଇଲଆପ ଫେସବୁକ, ଏକ୍ସ, ହ୍ବାଟ୍ସଆପ, ୱେବସାଇଟ ଚାର୍ଟବଟ ମାଧ୍ୟମରେ ଲୋକଙ୍କ ମତାମତ ନେବେ ଏବଂ ସିଧାସଳଖ ଟୋଲଫ୍ରି ନମ୍ବର- ୧୪୪୭୧କୁ ଫୋନକରି ମତାମତ ଦେଇପାରିବେ ସାଧାରଣ ଜନତା।ସରକାର ଯୋଗାଉଥିବା ସବୁସେବା ଠିକ ଭାବେ ଉପଲବ୍ଧ ହେଉଛି କି ନାହିଁ, ସେନେଇ ଲୋକଙ୍କଠାରୁ ବୁଝିବେ।

- Advertisement -

Leave A Reply

Your email address will not be published.