ଅସୁସ୍ଥ ଲତା

0 347

ଭୁବନେଶ୍ବର-: କୋକିଳ କଣ୍ଠି  ତଥା ବଲିଉଡର ପ୍ରସିଦ୍ଧ ଗାୟିକା  ଲତା ମଙ୍ଗେସକର ଏବେ ଅସୁସ୍ଥ ।  ଛାତିରେ ଯନ୍ତ୍ରଣା ଅନୁଭବ କରିବା କାରଣରୁ  ରବିବାର ରାତି ୨ଟା ସମୟରେ ମୁମ୍ବାଇର ବ୍ରେଚ କାନଡେ ଡାକ୍ତରଖାନାରେ  ଭର୍ତ୍ତି କରାଯାଇଥିଲା। ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ସେ ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ପରେ ସେ ସୁସ୍ଥ ଅନୁଭବ କରିବାରୁ ଏବେ ଘରକୁ ଫେରିଆସିଥିବା ସୂଚନା ମିଳିଛି।

Leave A Reply

Your email address will not be published.