ଆତ୍ମସମର୍ପଣ କଲେ ୨ ମହିଳା ମାଓବାଦୀ

0 372

ମାଲକାନଗିର. ୨୬/୪(ଏସଏସନିଉଜ) ଦୁଇ ଜଣ ମହିଳା ମାଓବାଦୀ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦି କୋଥାଗୁଡୁମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ମୁସୁକି ସୁଖି ଅରଫ ବିମଳା(୧୮) ଏବଂ ମାଡକମ ପ୍ରମିଲା ଅରଫ ପାଲେ(୧୮)। ୧୪ ବର୍ଷ ବୟସରେ ଏମାନଙ୍କୁ ମାଓବାଦୀ ଜବରଦସ୍ତ ଗତ ଚାରି ବର୍ଷ ତଳେ ପାର୍ଟିରେ ମିଶାଇଥିଲେ। ପରବର୍ତି ସମୟରେ ଏମାନଙ୍କୁ ପୋଲିସ ଉପରେ ଆକ୍ରମଣ, ଆଦିବାସୀମାନଙ୍କୁ ହଇରାଣ କରିବା ଆଦି କାମରେ ନିୟୋଜିତ କରୁଥିଲେ । ମାଓ ନେତୃତ୍ବରେ ଏମାନେ ଅସଂତୋଷ ଜାହିର କରି ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। ଭଦ୍ରାଦି କୋଥାଗୁଡୁମ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ସମେତ ୧୪୧ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ଦୁଇ ଜଣ ଆତ୍ମସମର୍ପଣ କରିଛନ୍ତି।

Leave A Reply

Your email address will not be published.