ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ

0 213

ଭୁବନେଶ୍ୱର, ୬/୬(ଏସ୍‌ଏସ୍‌ନିୟୁଜ) ବଲିଉଡ ଫିଲ୍ମ ଜଗତର ଭେଟରାନ ଅଭିନେତା ଦିଲ୍ଲୀପ କୁମାର ନିଶ୍ୱାସ ନେବାରେ ଅସୁବିଧା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଆଜି ସକାଳେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଗତବର୍ଷ କରୋନାରେ ଦିଲ୍ଲୀପ ନିଜର ଦୁଇ ଭାଇ ଅସଲମ ଖାନ ଓ ଏହସାନ ଖାନ ଙ୍କୁ ହରାଇଥିଲେ । ୯୮ ବର୍ଷ ବୟସରେ ଉପନୀତ ହୋଇଥିବା ଦିଲ୍ଲୀପଙ୍କର ରୁଟିନ୍ ଚେକଅପ୍ କରିବା ନିମନ୍ତେ ହସ୍ପିଟାଲ ଯାଇଥିବା ନେଇ ତାଙ୍କ ପତ୍ନୀ ସାୟରା ବାନୋ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.