ବଡ ଲୋକ ହେବାର ନିଶାରେ ଫସିଗଲେ ସେଲୁନ ମାଲିକ

0 280

ଭୁବନେଶ୍ବର:୧୭/୧(ଏସଏସଏନ) ରାତାରାତି ବଡ ଲୋକ ହେବା ନିଶାରେ ଜଣେ ସେଲୁନ ମାଲିକ ଫସିଗଲେ । ଶେଷରେ  ପୋଲିସ ହାତରେ ଧରାପଡି ଜେଲ ହାଜତ୍ କୁ ଗଲେ । ଏଭଳି ଘଟଣା ଘଟିଛି  ନନ୍ଦନକାନନ ଥାନା ଅଞ୍ଚଳରେ । ପ୍ରକାଶ ଯେ , ଉକ୍ତ ଥାନା ଅଧିନରେ ଥିବା ପଦାସାହି ଗ୍ରାମର ଅରକ୍ଷିତ ବାରିକଙ୍କ ପୁଅ ଅମୁଲ୍ୟ ବାରିକ ଓରଫ ଅମା ।  ନନ୍ଦନକାନନ ଛକରେ ଗୋଟିଏ ସେଲୁନ ଦୋକାନ କରି ସେ ଚୁଟି କାଟନ୍ତି । ଅମା ର ଆଖପାଖ ଅଞ୍ଚଳରେ  ଭଲ ଚୁଟି କଟା ମିସ୍ତ୍ରୀ ଭାବେ ନା ମଧ୍ୟ ଅଛି । ଏହି ଦୋକାନରେ ଯାହା ବେପାର କରନ୍ତି ପରିବାର ଚଳେ । ହେଲେ ଅମା କୁ  ରାତାରାତି ବଡ ଲୋକ ହେବାର ନିଶା ଘାରିଥିଲା । ବଡ ଲୋକ ହେବା ପାଇଁ କଣ କରିବେ କଣ ନାଇ ସେ ଚିନ୍ତା କରିଥିଲେ । ଆଉ ବାଛିଥିଲେ ଗଞ୍ଜେଇ ବେପାର ।  ଦୀର୍ଘଦିନ ଧରି ସେ ତାଙ୍କ ସେଲୁନରେ ଗଞ୍ଜଇ ରଖି ବେପାର କରୁଥିଲେ ।  ଦୋକାନ କୁ ଯିଏ ଆସିଲା ଚୁଟି କାଟିବା କମ୍ ଗଞ୍ଜେଇ ବେପାର ଜୋର ସୋର ଚାଲିଥିଲା । କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଦିନେ ନା ଦିନେ ଆଲୁଅ ଆସେ । ସେହିଭଳି ଅମା ର ବେପାରରେ ପୋଲିସର ଆଖି ପଡିଥିଲା । ବିଶେଷ ସୁତ୍ରରୁ ନନ୍ଦନକାନନ ପୋଲିସ ଖବର ପାଇ ଶୁକ୍ରବାର ଦିନ  ଅମା ଦୋକାନ ଚାରିପଟେ ଚକ୍କର କାଟିଥିଲା । ପୋଲିସ ପେଟ୍ରୋଲିଙ୍ଗ ବେଳେ ଅମା ଗଞ୍ଜେଇ ବେପାର କରୁଥିବା ବେଳେ ଆଜି ଦିନ ୧୧.୩୦ ସମୟରେ  ରେଡ୍ ହ୍ୟାଣ୍ଡରେ ଧରା ପଡିଥିଲା । ପୋଲିସ  ଅମା ଠାରୁ ଏକ କେଜି ୧୪୧ ଗ୍ରାମ୍ ଗଞ୍ଜେଇ ଜବତ କରିବା ସହ ଅମାକୁ ଗିରଫ କରିଥିଲା ।  ଗିରଫ କରି କୋର୍ଟଚାଲଣ କରିଥିବା ସୁଚନା ମିଳିଛି ।

Leave A Reply

Your email address will not be published.