ବାହାର ଜିଲ୍ଲା ଶବ ସ୍ୱର୍ଗଦାରରରେ ଦାହ ମନା

0 239

ସଂକ୍ଷେପରେ ଆଜି ସକାଳର ଖବର,ତାରିଖ ୦୮/୦୭/୨୦,ବୁଧବାର
୧-.୨ ବର୍ଷ ଯାଏ ଚାକିରି ନାହିଁ ।ରାଜ୍ୟ ସରକାର ଲଗାଇଲେ କରୋନା କଟକଣା: ନୂଆ ନିଯୁକ୍ତି, ନୂଆ ଗାଡ଼ି କିଣା, ବିଦେଶ ଗସ୍ତ ମନା ।
୨-ସିବିଏସ୍ଇ ୯ମରୁ ଦ୍ବାଦଶ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ହ୍ରାସ କରିବ : ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ସୂଚନା ।
୩-ଏଣିକି ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେବ କୋଭିଡ ପରିଚାଳନା ।
୪-ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶବ ସ୍ୱର୍ଗଦାରରରେ ଦାହ ହୋଇପାରିବ ନାହିଁ। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ଏହି ନିଷ୍ପତ୍ତି ନେଇଛି ପୁରୀ ଜିଲ୍ଲା ପ୍ରଶାସନ।
୫-ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ କରି ଅସହାୟଙ୍କୁ ନିକଟରେ ଛିଡା ହେଉଥିବା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ନାହାନ୍ତି।
୬-କୋହଳ ହେଲା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ ; ଲକ୍ ଡାଉନ୍ରେ ୧୦ ବର୍ଷ ହୋଇଥିଲେ ବାଳିକା ଖୋଲିପାରିବେ ଖାତା ।
୭-ବିଦେଶୀ ଛାତ୍ରଛାତ୍ରୀଙ୍କୁ ଦେଶ ଛାଡ଼ିବାକୁ କହିଲା ଆମେରିକା ।
୮-ଚୀନର ଆପତ୍ତି ସତ୍ତ୍ବେ ଏଲଏସି ନିକଟରେ ସଡ଼କ ନିର୍ମାଣ ଜାରି ରଖିବ ଭାରତ ।
୯-ରାଜ୍ୟରେ ପୁଣି ୫୭୧ ନୂଆ କରୋନା ପଜିଟିଭ୍ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୯୭କୁ ବୃଦ୍ଧି।ସୁସ୍ଥ ହେଲେ ଆଉ ୨୧୭ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୬୭୦୩ ।
୧୦-କରୋନା ସଂକ୍ରମରକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳକୁ ପାଞ୍ଚ ଦିନିଆ ସଟ୍ଡାଉନ୍ ଘୋଷଣା କରାଯାଇଛି।
୧୧-ନିଜର ଚାକିରି, ଦରମା ଓ ପଦୋନ୍ନତି ସଂକ୍ରାନ୍ତରେ ସମସ୍ତ ବର୍ଗର ସରକାରୀ କର୍ମଚାରୀମାନେ ଗଣମାଧ୍ୟମ କିମ୍ବା ସୋସିଆଲ ମିଡ଼ିଆରେ ମୁହଁ ଖୋଲିପାରିବେ ନାହିଁ-ରାଜ୍ୟ ସରକାର।

Leave A Reply

Your email address will not be published.