ବୈତରଣୀରେ ବୁଡିଗଲେ କାଉଡିଆ

ଭୁବନେଶ୍ଵର,୨୮/୭(ଏସଏସନିଉଜ)ବୈତରଣୀ ବଲ୍ଲଭିଘାଟରେ ଅଘଟଣ ଘଟିଛି।ଜଳଉଠାଇ ବାବାଆଖଣ୍ଡଳମଣୀଙ୍କୁ କରିଥାନ୍ତେ ଜଳାଭିଷେକ।କିନ୍ତୁ ଜଳଉଠାଇବାକୁ ଯାଇଥିବା ବେଳେ ବଲ୍ଲଭି ଘାଟରେ ବୁଡିକାଉଡ଼ିଆଙ୍କ ମୃତ୍ୟୁ ହୋଇଛି।ଆରଡ଼ିସ୍ଥିତ ଆଖଣ୍ଡଳମଣି ବାବାଙ୍କ ନିକଟକୁ ପାଣି ନେବା ପାଇଁ ଆସିଥିଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ ।ପାଣି ଉଠାଇବା ବେଳେ
ନଦୀରେ ବୁଡିଯାଇଥିଲେ।ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିଲେ।ମନ୍ମଥଙ୍କୁ ଉଦ୍ଧାରେ କରାଯାଇଥିବାବେଳେ ପ୍ରଶାନ୍ତ କିନ୍ତୁ ପାଣିରେ ବୁଡିଯାଇ ପ୍ରାଣ ହରାଇଥିଲେ ।

- Advertisement -

Leave A Reply

Your email address will not be published.